logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରପାଲି ସୀତାଳ ଷଷ୍ଠୀ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରପାଲିର ୧୪୯ତମ ସୀତାଳ ଷଷ୍ଠୀ ଯାତ୍ରା ପାଇଁ ପ୍ରଶାସନିକ ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସବ କଲେକ୍ଟର ପ୍ରସନ୍ନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଯାତ୍ରା କମିଟିର ଅଧ୍ୟକ୍ଷ ତଥା ବିଧାୟକ ସନତ କୁମାର ଗଡଟିଆ ଯୋଗ ଦେଇଥିଲେ। ଆସନ୍ତା ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବରପାଲିର ଏହି ଐତିହାସିକ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ଯାନବାହାନ ପାର୍କିଂ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ରାସ୍ତା ନିର୍ମାଣ, ଡ୍ରେନ୍ ସଫେଇ, ମିନାବଜାର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ଅସ୍ଥାୟୀ ଶୌଚାଳୟ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ ବ୍ୟାପକ ଟ୍ରାଫିକ୍ ପୋଲିସ ଏବଂ ପୋଲିସ ମୁତୟନ କରିବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ତହସିଲଦାର ରୁକମଣ ମେହେର, ଅତିରିକ୍ତ ତହସିଲଦାର ଆଲିଶା ବାର୍ଲା, ବିଡିଓ ସୁମନ୍ତ୍ର କୁମ୍ଭାର, ଏନଏସି ଅଧ୍ୟକ୍ଷ ଦିନେଶ ଗହିର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ ସତପଥୀ, ପୋଲିସ ଆଇଆଇସି ପ୍ରମୋଦ ସାହୁ, ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ, ସଚିବ ଜୟନ୍ତ ତ୍ରିପାଠୀ, କମିଟି ସଦସ୍ୟ, ଚଳିତ ବର୍ଷର ପାର୍ବତୀ ବିବାହ କମିଟି ସଭାପତି, ସଚିବ, ଚଳିତ ବର୍ଷର କନ୍ୟା ପିତା, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଏବଂ ବହୁ ବିଭାଗୀୟ ଅଧିକାରୀ ଏବଂ ସାମ୍ବାଦିକ ଉପସ୍ଥିତ ଥିଲେ। ବିଧାୟକ ଚଳିତ ବର୍ଷର ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଏବଂ ଆକର୍ଷଣୀୟ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କୁ ସାହାଯ୍ୟ ଏବଂ ସହଯୋଗ ପାଇଁ ନିବେଦନ କରିଥିଲେ। ଶେଷରେ ବିଡିଓ ସୁମନ୍ତ୍ର କୁମ୍ଭାର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

3
248 views

Comment