logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ସାଇ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ରେ ଆନ୍ତର୍ଜାତୀୟ ସେବୀକା ଦିବସ।

ଶ୍ରୀ ସାଇ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ରେ ଆନ୍ତର୍ଜାତୀୟ ସେବୀକା ଦିବସ।

ପାଟଣା-୧୫/୦୫, ପାଟଣା ମୁଖ୍ୟାଳୟ ସ୍ଥିତି ବୈଷୟିକ ଶିକ୍ଷାନୁଷ୍ଠାନ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ପରିସରରେ ମଙ୍ଗଳବାର ଆନ୍ତର୍ଜାତୀୟ ବିଶ୍ୱ ସେବୀକା ଦିବସ ପାଳିତ ହୋଇ ଯାଇଛି।ଅନୁଷ୍ଠାନ ର ସଭାପତି ପ୍ରକାଶ କୁମାର ସେଠୀ ଓ ସମ୍ପାଦକ ଅନିଲ କୁମାର ରଣା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ ପରିଚାଳନା କରିଥିଲେ।ଚିକିତ୍ସା କ୍ଷେତ୍ରରେ ସେବୀକା(ନର୍ସ) ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।ଚିକିତ୍ସା କ୍ଷେତ୍ରରେ ନର୍ସ ମାନେ କିଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ତର ଦାଇତ୍ଵ ନିର୍ବାହ କରିଥାନ୍ତି ସେ ସମ୍ପର୍କରେ ଏ ଏନ ଏମ,ଜି ଏନ ଏମ,ଓ ବିଏସ ସି ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇ ଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଲୋପାମୁଦ୍ରା ମହାନ୍ତ, ତୃପ୍ତିମୟୀ ସାସମଲ, ଜିସେ ସୋହିନୀ ବିନ୍ଧୁ ଶ୍ରୀନାଏକ ଓ ତେଦସ୍ଵିନୀ ମହାନ୍ତ ଏବଂ ଅଧ୍ୟାପକ ନିଖିଲ କୁମାର ପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପନଶ୍ୟାମ ସାହୁ ପ୍ରଦୀପ କୁମାର ମହାନ୍ତ , ବୈରାଗୀ ରଣା ଫକୀର ନାଏକ, ଏଡି ଆନ୍ ସାରି ଓ ବାସନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହ ଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

7
814 views

Comment