logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହାତୀ-ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ଅଭିଯାନ।

ହାତୀ-ମଣିଷ ଲଢେଇର ପ୍ରଶମନ ପାଇଁ ସଚେତନତା ଅଭିଯାନ।

କେନ୍ଦୁଝର:୧୫/୦୫, କେନ୍ଦୁଝର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡ ର କେନ୍ଦୁଝର ବନଖଣ୍ଡ ର ମିଳିତ ସହଯୋଗ ରେ, ସଦର ବ୍ଲକ ରଘୁନାଥପୁର ପଂଚାୟତ ର ଗୋପାଳପୁର ଗ୍ରାମ ଜଙ୍ଗଲ ଧାର ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ବନାଞ୍ଚାଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସ ଓ ବନପାଳ ଶ୍ରୀ କାଳନ୍ଦୀ ଚରଣ ସାମଲଙ୍କ ମାର୍ଗଦର୍ଶନ ରେ ଆରମ୍ଭ ହୋଇ ଥିବା ହାତୀ -ମଣିଷ ଲଢେଇର ପ୍ରଶମନ ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ୱାର୍ଡମେମ୍ବର ଶ୍ରୀମତୀ ଭାରତୀ ହେମ୍ବ୍ରମ ସଭାପତିତ୍ବ କରିଥିଲେ l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର କ୍ଷେତ୍ରୀୟ ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି, ମନୁଷ୍ୟ -ହାତୀ ସହାବସ୍ଥାନ,ଏବଂ ହାତୀ -ମଣିଷ ଲଢେଇ କୁ ପ୍ରଶମନ ପାଇଁ ବୁଝାଇଥିଲେ l ସୁବଳ ମାଝୀ, ସୁନାକର ମାଝୀ, ରବି ମାଝୀ, ସୁକୁରୁମୁନି ମାଝୀ, ଶାନ୍ତିଲତା ମାଝୀ, ଘାସିଆ ମୁଣ୍ଡା, ସନାତନ ମହାକୁଡ଼ ପ୍ରମୁଖ ହାତୀ ଦ୍ୱାର ହେଉଥିବା କ୍ଷୟକ୍ଷତି ବିଷୟରେ ଚର୍ଚ୍ଚା କରିଥିଲେ l ଏହି ବୈଠକ ରେ ୪୨ ଜଣ ଆଦିବାସୀ ଓ ବନବାସୀ ଯୋଗ ଦେଇ ଥିଲେ l ସମସ୍ତ ଆଲୋଚନା ପରେ ହାତୀ -ମଣିଷ ସହବସ୍ଥାନ ପାଇଁ ନିଷ୍ପତି ହୋଇ ଥିଲା ଓ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ଦ୍ୱରା ପ୍ରସ୍ତୁତ ମାର୍ଗଦର୍ଶିକା ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା l ଅହିଂସା ମାର୍ଗରେ ଯାଇ ମଦମୁକ୍ତ ଗ୍ରାମ ଗଢିବା, ଜଙ୍ଗଲ ମଝିରେ ଥିବା ନାଳ ପାଖରେ ମହୁଲି ନ ରାନ୍ଧିବା, ସର୍ବୋପରି ଶାନ୍ତ ହାତୀକୁ ଅଶାନ୍ତ ନକରିବା ପାଇଁ କେଡ଼ି ଟ୍ରଷ୍ଟ ସମ୍ପାଦକ ଗ୍ରାମବାସୀଙ୍କୁ ନେବେଦନ କରିଛନ୍ତି। (ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)।

11
1117 views

Comment