logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସହାୟ ଜୁଆଙ୍ଗ ପରିବାରକୁ ସହାୟତାର ହାତ ବଢାଇଲା ଆଞ୍ଚଳିକ ବିକାଶ ମଞ୍ଚ।

ଅସହାୟ ଜୁଆଙ୍ଗ ପରିବାରକୁ ସହାୟତାର ହାତ ବଢାଇଲା ଆଞ୍ଚଳିକ ବିକାଶ ମଞ୍ଚ।

ଗୋନାସିକା:୧୫/୦୫ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ରେ ଗଢିଉଠିଥିବା ସାମାଜିକ ସଂଗଠନ ଆଞ୍ଚଳିକ ବିକାଶ ମଞ୍ଚ ପାଖ ପଡୋଶୀ କୋଡିପଶା ଗ୍ରାମପଞ୍ଚାୟତ ଦୁଆରଶୁଣୀ ଗାଁ କାହ୍ନୁ ଜୁଆଙ୍ଗ ଙ୍କର ପରଲୋକ ପରେ ବାପା ମାଆ ଛେଉଣ୍ଡ ତିନି ଶିଶୁଙ୍କ ନିମନ୍ତେ ଖାଦ୍ଯ ସାମଗ୍ରୀ ସହିତ କିଛି ଆର୍ଥିକ ସହଯୋଗ କରାଯାଇ ଅଛି। ଗତ ୧୪/୫/୨୦୨୬ ରିଖ ସକାଳ ସମୟରେ ଆଞ୍ଚଳିକ ବିକାଶ ମଞ୍ଚ ର ସଦସ୍ଯ ଶ୍ରୀ ଶ୍ଯାମ ଘନ ମହାରଣାଙ୍କ ଠାରୁ ଖବର ପାଇ ସ୍ବେଚ୍ଛାସେବୀ ମନୋଜ କୁମାର ପଟେଲ, କୃଷ୍ଣ ଚନ୍ଦ୍ର ଜୁଆଙ୍ଗ, ପୂର୍ଣ୍ଣ ଚନ୍ଦ୍ର ଜୁଆଙ୍ଗ, ଶ୍ରୀ ଡମ୍ବରୁଧର ଘଣା, ରାମଚନ୍ଦ୍ର ମହାନ୍ତ ପ୍ରମୁଖ ସ୍ବର୍ଗତ କାହ୍ନୁ ଜୁଆଙ୍ଗ ଘରକୁ ଯାଇ କୋମଳମତି ଶିଶୁଙ୍କ ଶୁଦ୍ଧିକରଣ ଓ ବର୍ତ୍ତମାନ ଚଳିବା ପାଇଁ ଖାଦ୍ୟର ବ୍ଯବସ୍ଥା କରିବାର ପ୍ରତିଶୃତି ଦେଇ ଅପରାହ୍ନ ରେ ଆଞ୍ଚଳିକ ବିକାଶ ମଞ୍ଚ ସଦସ୍ଯ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ଅଯୋଧ୍ୟା ଘଣା, ଲକ୍ଷ୍ମୀଧର ମହାନ୍ତ, ଗୋପବନ୍ଧୁ ଜିତ, ଶ୍ଯାମଘନ ମହାରଣା, ପ୍ରେମାନନ୍ଦ ମହାନ୍ତ, ତ୍ରିଲୋଚନ ମହାନ୍ତ, ସଂପାଦକ ମନୋଜ କୁମାର ପଟେଲ ଓ ବିଜେପି ଜଙ୍ଘିରା ମଣ୍ଡଳ ସଭାପତି ତଥା ସହ ସଂପାଦକ ହୀରାଲାଲ ମହାନ୍ତ ପ୍ରମୁଖ ଶୋକସନ୍ତପ୍ତ ପରିବାରବର୍ଗ କୁ ଆଶ୍ବାସନା ଦେବା ସହିତ ଶିଶୁଙ୍କ ଭବିଷ୍ୟତ ନେଇ ଉପଯୁକ୍ତ ଥଇଥାନ କରିବାକୁ କହିଥିଲେ।
(ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ)।

9
846 views

Comment