logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯୁବକଙ୍କ ଅକାଳ ବିୟୋଗରେ ଶୋକ ର ଛାୟା!

ଯୁବକଙ୍କ ଅକାଳ ବିୟୋଗରେ ଶୋକ ର ଛାୟା!

କେନ୍ଦୁଝର:୧୪/୦୫, (ଖଣ୍ଡାଧାର ନିଉଜ) କେନ୍ଦୁଝରଗଡ ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର- ୮ ସ୍ଥିତ ଗୌରତୋଟା ସାହିର ଯୁବକ ସନାତନ ଦେହୁରୀ (ସନିଆ)ର ଅକାଳରେ ବିୟୋଗ ହୋଇଯାଇଛି। ବୁଧବାର ରାତ୍ରି ୮ ଘଟିକାରେ ୩୨ ବର୍ଷ ବୟସରେ ସନାତନ ଦେହୁରୀ ର ମହାପରାୟଣ ହୋଇଥିଲା। ରାତ୍ରି ରେ ବିଜୁଳି, ଘଡଘଡି, ପବନ ବହିବା ସହିତ ଝଡ଼ି ବର୍ଷା ଲାଗିଥିବା କାରଣରୁ ୧୪ ତାରିଖ ଗୁରୁବାର ସକାଳ ସମୟରେ ଧାଙ୍ଗଡପଡା ସ୍ଥିତ "ଆଦର୍ଶ ଶ୍ମଶାନ" ରେ ମ୍ରୁତ ଶରୀରକୁ ଦାହ ସଂସ୍କାର କରାଯାଇଛି। ସନାତନ ଦେହୁରୀ ର ବନ୍ଧୁବାନ୍ଧବ ଜ୍ଞାନ୍ତି କୁଟୁମ୍ବ ପରିବାରବର୍ଗ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ। ୮ ନମ୍ବର ୱାର୍ଡ କାଉନସିଲର ଦୟାନିଧି ପାତ୍ର ଙ୍କ ସମେତ ସାହି ପଡୋଶୀ ଲୋକମାନେ ମଧ୍ଯ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ। ଆଦର୍ଶ ଶ୍ମଶାନ ର ପରିଚାଳକ ସିଦ୍ଧେଶ୍ଵର ନାଏକ ଓ ନିର୍ମଳ ନାଏକ ସନାତନ ଦେହୁରୀ ର ସସମ୍ମାନେ ଶବ ଦାହ ସଂସ୍କାର କରିବାରେ ପୂର୍ଣ୍ଣତଃ ସାହାଯ୍ୟ ଓ ସହଯୋଗ କରିଥିଲେ। ସନାତନ ଦେହୁରୀ ସ୍ବର୍ଗତଃ ହଳଧର ଦେହୁରୀ ଙ୍କ ଏକମାତ୍ର ଅବିବାହିତ ପୁତ୍ରର କାମଳ ରୋଗରେ ପୀଡିତ ହୋଇ ଘରୟୀ ଚିକିତ୍ସାଧୀନ ଅବସ୍ଥାରେ ଅକାଳରେ ବିୟୋଗ କାରଣରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଛି।

17
879 views

Comment