ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ ତୃତୀୟ ଦିନରେ।
ଟାଟା ପାୱାରର ଛଟେଇ ବିରୋଧରେ ତେଜିଲା ଶ୍ରମିକ ଆନ୍ଦୋଳନ ତୃତୀୟ ଦିନରେ।
କେନ୍ଦୁଝର: ୧୩|୦୫, ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନଙ୍କ ଛଟେଇ ବିରୋଧରେ ତେଜିଲା ଆନ୍ଦୋଳନ I ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନ ରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକମାନଙ୍କ ମହଲରେ ଏହିଁ ଆନ୍ଦୋଳନ ତେଜି ଉଠିଛି I ଯାହାର ପ୍ରତି ଫଳନ ସ୍ୱରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି I ଆନ୍ଦୋଳନରତ କର୍ମଚାରୀମାନେ ପ୍ରକାଶ କରିଛନ୍ତି ଯେ ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫% ଏଟି ଆଣ୍ଡ ସି କ୍ଷତି ହେଉଥିଲା I ଆଜି ଯୋଉ ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭% କୁ କମାଇ ପାରିଛନ୍ତି I ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦୦୦୦ ରୁ ୧୫୦୦୦ ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀ ଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି I ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି I ଯେଉଁଠି ସରକାର କହୁଛନ୍ତି ଆମେ ଚାକିରୀ ଦେଉଛୁ ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି ଟିପିଏନଓଡିଏଲ ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଅଛି I ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନ କରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ପକ୍ଷରୁ ସୂଚନା ପ୍ରଦାନ କରିଛି I ଯଦି ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ ବୋଲି ସେମାନେ ପ୍ରକାଶ କରିଛନ୍ତି I କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅନୁରୋଧ କରିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଶ୍ରମିକଙ୍କ ସ୍ୱାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖୀ ତୁରନ୍ତ ପଦକ୍ଷେପ ନେଇ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)