logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଶିବେଡା ଗ୍ରାମରେ ଜମୁଛି ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ।

କାଶିବେଡା ଗ୍ରାମରେ ଜମୁଛି ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ।

କେନ୍ଦୁଝର, ତା୧୩/୦୫- ଘଟଗାଁ ବ୍ଲକ ଢେଙ୍କିକୋଟ ନିକଟବର୍ତ୍ତୀ କାଶିବେଡା ଗ୍ରାମରେ ଜମୁଛି ୨୭ତମ ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ। ଗତ ୧୧ତାରିଖ ଠାରୁ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ରାମନାମ କୃଷ୍ଣନାମ ଗାନରେ ଯଜ୍ଞସ୍ଥଳ ଭକ୍ତିମୟ,ଭାବମୟ ହୋଇଉଠୁଛି। ଆଖପାଖରେ ଶହଶହ ଶ୍ରଦ୍ଧାଳୁ ଭକ୍ତମାନେ ଆସି ପ୍ରଭୁ ନିତାଇଗୌରଙ୍କୁ ଦର୍ଶନକରି ନାମ ଶ୍ରବଣକରି ନିଜକୁ ଧନ୍ୟ ମନେକରୁଛନ୍ତି। ସଙ୍କୀର୍ତ୍ତନ ଦଳ ଗୁଡିକ ମଧ୍ୟରେ ରାଇଡିହା,ଅର୍ଶଳା,ଡିମ୍ବୋ,ଘୁଟୁରୁ ଓ ସ୍ଥାନୀୟ କାଶିବେଡା ଦଳ ରାମନାମ କୃଷ୍ଣନାମ ଗାନ କରୁଛନ୍ତି। ଗ୍ରାମର ଡମ୍ବରୁଧର ମାନସିଂ, ମହେଶ୍ବର ନାୟକ, ବେଣୁଧର ନାୟକ, ଚିନ୍ତାମଣି ନାୟକ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରୁଛନ୍ତି। କର୍ତ୍ତା ଭାବେ ପୁରେନ୍ଦ୍ର ନାୟକ ଦାୟୀତ୍ଵ ତୁଲାଉଛନ୍ତି।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

4
370 views

Comment