logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଆଗକୁ ଆସିଲା ଉତ୍କଳ ସମ୍ବାଦିକ ସଂଘ

ଗରିବ ମେଧାବୀ ଛାତ୍ରୀଙ୍କ ପାଠ ପଢା ପାଇଁ ଆଗକୁ ଆସିଲା ଉତ୍କଳ ସମ୍ବାଦିକ ସଂଘ

କାଲିମେଳା,୧୩ /୫/୨୬- ସମାଜ ର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହ ସମାଜ ସେବା ମୂଳକ କାର୍ଯ୍ୟ କରିବା ସାମ୍ବାଦିକଙ୍କ ଦାୟିତ୍ୱ। ଏହି ଉକ୍ତି କୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଆଜି ଏହି ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାର ଜଣେ ଗରିବ ଓ ମେଧାବୀ ଛାତ୍ରୀଙ୍କୁ ଆଗକୁ ପଢ଼ିବା ପାଇଁ ସହାୟତାର ହାତ ବଢ଼ା ଯାଇଛି।
କାଦୁଅରେ ପଦ୍ମ ଫୁଟିବା ଭଳି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତର ଏମପିଭି ୮ ଗ୍ରାମର ଚାନ୍ଦିନୀ ବାକଚୀ ଚଳିତ ବର୍ଷ ଦଶମ ପରୀକ୍ଷାରେ ଏ ୧ ଗ୍ରେଡ ହାସଲ କରିଥିଲେ। ମାଲକାନଗିରି ଜିଲ୍ଲା ବ୍ୟାପୀ ବିଭିନ୍ନ ସ୍ଥାନରୁ ମୋଟ ୨୨ ଜଣ ଛାତ୍ରଛାତ୍ରୀ ଏ ୧ ଗ୍ରେଡ ହାସଲ କରିଥିବା ବେଳେ ଚାନ୍ଦିନୀ ଏହି ତାଲିକାରେ ସ୍ଥାନ ପାଇଥିଲେ। ତେବେ ଚାନ୍ଦିନୀଙ୍କ କାହାଣି ନିଆରା ଓ ସଂଘର୍ଷମୟ। ଗରିବ ପରିବାରରେ ରହି ପ୍ରତିକୂଳ ପରିସ୍ଥିତିରେ ବି ନିଷ୍ଠା ଓ ଏକାଗ୍ରତାର ସହ ପାଠ ପଢି ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ ଚାନ୍ଦିନୀ। ଏଥିରେ ୯୧ ପ୍ରତିଶତ ନମ୍ବର ରଖି ଚାନ୍ଦିନୀ ସଫଳତା ହାସଲ କରିଥିଲେ ସତ ହେଲେ ତାଙ୍କର ଏହି ସଫଳତା ଦେଖିବା ଆଗରୁ ବାପା ସମୀର ଆର ପାରିକୁ ଚାଲି ଯାଇଥିଲେ। କର୍କଟ ରୋଗରେ ପୀଡ଼ିତ ସମିରଙ୍କ ସେବା ଓ ଚିକିତ୍ସା ରେ ପରିବାର ସର୍ବସ୍ୱାନ୍ତ ହୋଇଥିଲା। ଚାନ୍ଦିନୀଙ୍କ ସଫଳତା ପରିବାର ପାଇଁ ଖୁସି ଆଣିଥିଲେ ମଧ୍ୟ ବାପାଙ୍କ ମୃତ୍ୟୁ ଓ ପରିବାର ସ୍ଥିତି ଆଗରେ ଏହି ଖୁସି ସତେ ଯେମିତି ମଉଳି ଯାଇଥିଲା। ଏପରି ସ୍ଥିତିରେ ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଏହି ପରିବାର, ମେଧାବୀ ଚାନ୍ଦିନୀ ଙ୍କ ପାଠ ପଢ଼ା ପାଇଁ ଅର୍ଥ ଯୋଗାଡ କରିବାରେ ଅକ୍ଷମ ହୋଇ ପଡ଼ିଥିଲା। ଫଳରେ ଜଣେ ମେଧାବୀ ଛାତ୍ରୀଙ୍କ ଲକ୍ଷ ଓ ସଫଳତାର ଯାତ୍ରା ଉପରେ ରୋକ୍ ଲାଗିବା ଭଳି ସ୍ଥିତି ଉପୁଜିଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଚାନ୍ଦିନୀଙ୍କ ପ୍ରେରଣାଦାୟୀ ଯାତ୍ରାକୁ ସୁଗମ କରିବା ନିମନ୍ତେ ଆଗକୁ ଆସିଛି ମାଲକାନଗିରି ଜିଲ୍ଲା ଉତ୍କଳ ସମ୍ବାଦିକ ସଂଘ। ଚାନ୍ଦିନୀଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସହ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଉତ୍କଳ ସମ୍ବାଦିକ ସଂଘର ସଦସ୍ୟ ମାନେ। ଏଥିପାଇଁ ଆଜି ଜିଲ୍ଲା ଉତ୍କଳ ସମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ଉପ ସଭାପତି ପ୍ରଶାନ୍ତ ସାହୁ ଓ କାଲିମେଳା ବ୍ଲକ ସଭାପତି ଟି ସତ୍ୟନାରାୟଣ ସୁବୁଦ୍ଧିଙ୍କ ନେତୃତ୍ବରେ ସଂଘର ଅନେକ ସଦସ୍ୟ ଏମଭି ୮ ଗ୍ରାମରେ ପହଂଚି ଚାନ୍ଦିନୀ ବାକଚୀ ଓ ତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ପ୍ରାଥମିକ ପର୍ଯ୍ୟାୟରେ ସଂଘ ପକ୍ଷ୍ୟରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଥିଲେ। ଏହା ସହ ସେ ଆଗକୁ ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଏନେଇ ମଧ୍ୟ ତାଙ୍କୁ ସହଯୋଗ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହା ସହ ତାଙ୍କ ପରିବାର ପାଇଁ ସରକାରୀ ସ୍ତରରେ ସହାୟତା ଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ସଂଘର ସଦସ୍ୟ ବିଦ୍ୟୁତ୍ ବୈରାଗୀ, ଶିବବ୍ରତ ଦାଶ,ସୌରଭ ମଣ୍ଡଳ, ଉତ୍ତମ ସରକାର , ସୁଧାଂଶୁ ମହାନ୍ତି, ରାଜେଶ୍ ବେପାରୀ ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

43
2139 views

Comment