logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଗପଛ ହୋଇ ଆର ପାରିକୁ ଚାଲିଗଲେ ବାପା, ମାଆ । ୩ ସନ୍ତାନ ଅନାଥ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ ।

ମାଲକାନଗିରି, ତା ୧୩/୦୫
ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଆରପାରିକୁ ଚାଲିଗଲେ ବାପା ଓ ମାଆ। ଫଳରେ ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ୩ ସନ୍ତାନ କେହି ସମ୍ପର୍କୀୟ ନଥିବାରୁ ୧୦ବର୍ଷର ସୁଶୀଳା ଉପରେ ପଡ଼ିଛି ସାନ ଦୁଇ ଭାଇ ଭଉଣୀଙ୍କ ଲାଳନ ପାଳନ ବୋଝ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତ ବନ୍ଦଗୁଡା ଗ୍ରାମର ମିନୁ ଖେମୁଡ଼ୁ ପତ୍ନୀ ବିମଳା ଖେମୁଡୁ ସହ ଦୁଇ ଝିଅ ସୁଶୀଳା, ସୁଭଦ୍ରା ଓ ପୁଅ ଅର୍ଜୁନକୁ ନେଇ ବସବାସ କରୁଥିଲେ | ମିନୁ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ | କୁଲି କାମ କରି ପରିବାର ପ୍ରତିପୋଷଣ କରୁଥିଲେ | ପତ୍ନୀ ବିମଳା ଘରଣୀ ହୋଇଥିବାରୁ ପିଲାଙ୍କ ଦେଖାଶୁଣା କରୁଥିଲେ। ତେବେ ହଠାତ୍ ଗତ ସପ୍ତାହକ ମଧ୍ୟରେ ଅଜଣା ରୋଗର ଶିକାର ହୋଇ ମିନୁ ଏବଂ ବିମଳାଙ୍କର ଅକାଳ ବିୟୋଗ ଘଟିଛି। ଅର୍ଥର ଅଭାବ ଯୋଗୁଁ ଦୁହେଁ ନିଜର ସ୍ଵାସ୍ଥ୍ୟକୁ ମଧ୍ୟ ଉତ୍ତମ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ କରାଇପାରି ନଥିଲେ। ବାପା ଓ ମାଆଙ୍କ ମୃତ୍ୟୁ ପରେ ୩ ସନ୍ତାନ ଅନାଥ ହୋଇଯାଇଛନ୍ତି । ସମ୍ପର୍କୀୟ କେହିନଥିବାରୁ ପଞ୍ଚମ ପଢ଼ୁଥିବା ବଡ଼ ଝିଅ ସୁଶୀଳା ଦୁଇ ଭାଇ ଭଉଣୀଙ୍କ ଦାୟିତ୍ବ ନେଇଛି । ବାପା, ମାଆଙ୍କ ମୃତ୍ୟୁ ପରେ ସୁଶୀଳା ଓ ସାନ ଭଉଣୀ ସୁଭଦ୍ରା ମଧ୍ୟ ସ୍କୁଲ ଯାଉନଥିବା ଜଣାପଡ଼ିଛି। ଭାଇ ଅର୍ଜୁନ ଦିବ୍ୟାଙ୍ଗ। ଅର୍ଜୁନର ଗୋଟିଏ ହାତ କାମ କରୁନି ବାପା, ମାଆ ଏକା ସାଙ୍ଗରେ ଆରପାରିକୁ ଚାଲିଯିବା ପରେ ୩ ସନ୍ତାନ ଏବେ କେମିତି ବଞ୍ଚିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଛୋଟିଆ କୁଡ଼ିଆ ଘରେ ୩ ପିଲା ବାପା ଓ ମାଆକୁ ଝୁରି ଝୁରି କାନ୍ଦୁଛନ୍ତି । ବଡ଼ ଝିଅ ସୁଶୀଳା ଦୁଇ ଭାଇ, ଭଉଣୀକୁ ମାଆ ଓ ବାପାର ସ୍ନେହ ଦେଉଥିବା ଦେଖିବାକୁ ମିଳିଛି। ଦୁହେଁ ଯେପରି ବାପା ଓ ମାଆଙ୍କୁ ମନେ ନପକାନ୍ତି ସେଥିପାଇଁ ବିଭିନ୍ନ କଥା କହି ମୃତ୍ୟୁ କଥାକୁ ଏଡ଼ାଇବା ପାଇଁ ଚେଷ୍ଟା କରୁଛି। କିନ୍ତୁ ରାତି ହେଲେ ସାନ ପୁଅ ବାପା ଓ ମାଆକୁ ଝୁରୁଥିବା ସୁଶୀଳା କହିଛନ୍ତି। ୩ ଅନାଥଙ୍କ ସମ୍ପର୍କରେ ସରପଞ୍ଚ ବଳରାମ ଗୋଲରୀ ସୂଚନା ପାଇବା ପରେ ଘରେ ପହଞ୍ଚି ସେମାନଙ୍କ ଦେଖାଶୁଣା କରୁଛନ୍ତି । ପ୍ରଶାସନ ତୁରନ୍ତ ୩ ଅନାଥ ପିଲାଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ସ୍ଥାନୀୟ ବାସିନ୍ଦା ଏବଂ ସରପଞ୍ଚ ଶ୍ରୀ ଗୋଲରୀ ଦାବି କରିଛନ୍ତି |

5
833 views

Comment