ଅସ୍ତରଙ୍ଗରେ ଅଗ୍ନି-5 କ୍ଷେପଣାସ୍ତ୍ର ପରୀକ୍ଷଣ ଦୃଶ୍ୟ ଦେଖାଗଲା
ଅସ୍ତରଙ୍ଗ, ପୁରୀ : ୮ ମଇ ୨୦୨୬ ସନ୍ଧ୍ୟା ପ୍ରାୟ ୬:୩୦ରେ ଅସ୍ତରଙ୍ଗ ଅଞ୍ଚଳର ଆକାଶରେ ଏକ ବିରଳ ଆଲୋକ ଦୃଶ୍ୟ ଦେଖାଗଲା, ଯାହାକୁ ଅନେକ ସ୍ଥାନୀୟ ଲୋକ ନିରଞ୍ଜନ କୁମାର ପପୁ ସମେତ ଫଟୋ ଓ ଭିଡିଓରେ ଧରିଥିଲେ। ଏହି ଦୃଶ୍ୟରେ ଗୋଟିଏ ଉଜ୍ଜ୍ୱଳ ପିଣ୍ଡୁଳା, ଲମ୍ବା ଶଙ୍ଖାକାର ଆଲୋକ ପୁଞ୍ଜ ଏବଂ ସର୍ପିଳ ଧୂଆଁ ରେଖା ସ୍ପଷ୍ଟ ଥିଲା।
ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ଦୃଶ୍ୟ ଭାରତର କ୍ଷେପଣାସ୍ତ୍ର 5,000 – 5,500 କିଲୋମିଟର ପରିସରରେ ପରମାଣୁ ଅସ୍ତ୍ର ବହନ କ୍ଷମତା ସହିତ MIRV ଟେକ୍ନୋଲୋଜି ଯୋଗୁଁ ଏକାଧିକ ଲକ୍ଷ୍ୟ ଭେଦ କରିପାରେ। DRDO ପକ୍ଷରୁ ସମୁଦ୍ର ଅଞ୍ଚଳକୁ NOTAM ଜାରି ହୋଇଥିଲା ଏବଂ ପ୍ରଶାସନ ସାଧାରଣ ଲୋକଙ୍କୁ ଆତଙ୍କିତ ହେବାକୁ ନା କହିଥିଲେ।
ବୈଜ୍ଞାନିକ ବ୍ୟାଖ୍ୟା ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଉପର ବାୟୁମଣ୍ଡଳରେ ଧୂଆଁ ଉଜ୍ଜ୍ୱଳ ଦେଖାଯିବା ସାଧାରଣ ଘଟଣା ଓ ପବନ ଯୋଗୁଁ ଏହା ସର୍ପିଳ ଆକାର ଧାରଣ କରେ। ଏହା କୌଣସି ଅଲୌକିକ ଦୃଶ୍ୟ ନୁହେଁ। ଅଗ୍ନି-5 ପରୀକ୍ଷଣ ସଫଳ ହେବାରୁ ଭାରତର ପରମାଣୁ ନିରୋଧକ କ୍ଷମତା ଅଧିକ ଶକ୍ତିଶାଳୀ ହୋଇଛି।🙏🙏🙏🙏🙏