ଓଡିଶାର ପ୍ରଥମ ତାପଜ ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହେବାର ସୀମାରେ
ଦେବଗଡ : ଓଡିଶାର ଶିଳ୍ପ ଇତିହାସର ଏକ ଅମୂଲ୍ୟ ସ୍ମୃତି ୧୯୦୫ ମସିହାରେ ବାସୁଦେବ ସୁଢଳ ଦେବଙ୍କ ପ୍ରୟାସରେ ସ୍ଥାପିତ ହୋଇଥିବା ପ୍ରଥମ ତାପଜ ବିଦ୍ୟୁତ ଯନ୍ତ୍ରାଂଶ ଆଜି ନଷ୍ଟ ହେବାର ସୀମାରେ ରହିଛି। ବାସୁଦେବ ସୁଢଳ ଦେବ ଦେବଗଡ ସହରକୁ ବିଦ୍ୟୁତ ଆଲୋକରେ ଆଣି ଆଧୁନିକତାର ପ୍ରଥମ ପଦକ୍ଷେପ ନେଇଥିଲେ, ଯାହା ଓଡିଶାରେ ବିଦ୍ୟୁତୀକରଣର ଆରମ୍ଭ ଭାବେ ଗଣ୍ୟ।
କିନ୍ତୁ ଏହି ଐତିହାସିକ ଯନ୍ତ୍ରାଂଶଗୁଡିକ ରକ୍ଷା ଓ ସଂରକ୍ଷଣ ଅଭାବରେ ଏଣେ ତେଣେ ପଡ଼ି ବିନାଶ ହେଉଛି ଓ କିଛି ଅଂଶ ହରାଇଯାଇଛି। ଇତିହାସପ୍ରେମୀ ଓ ସ୍ଥାନୀୟ ନାଗରିକମାନେ ଏହାକୁ ହେରିଟେଜ୍ ଭାବେ ଘୋଷଣା କରି ଏକ ମ୍ୟୁଜିୟମ୍ ରୂପେ ବିକାଶ କରିବା ଦାବି କରୁଛନ୍ତି, ଯାହା ଆଗାମୀ ପିଢି ପାଇଁ ଶିକ୍ଷା ଓ ପ୍ରେରଣାର ଉତ୍ସ ହେବ।