ଦେବଗଡ଼ରେ ମାସିକ ଜିଲ୍ଲାସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ
ଦେବଗଡ଼: ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିକାଶ ଭବନ ସମ୍ମିଳନୀ କକ୍ଷରେ ମାସିକ ଜିଲ୍ଲାସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏପ୍ରିଲ ମାସର ଧାର୍ଯ୍ୟ ରାଜସ୍ଵ ଆଦାୟ ସମ୍ବନ୍ଧରେ ତଥ୍ୟ ଆଲୋଚିତ ହୋଇଥିଲା। ଭୂ-ରାଜସ୍ଵ, ରୟାଲିଟି ଆଦାୟ, ଜଳକର, ବସୁନ୍ଧରା ଯୋଜନା, ସ୍କୁଲ-କଲେଜ ପଟା, ଘରବାରି ଜମି ଆବଣ୍ଟନ ସହିତ ୨୩ଟି ସଂଶୋଧନ ମାମଲା ଓ ଅନ୍ୟାନ୍ୟ କର ଆଦାୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ଓ ସମ୍ପର୍କିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେ ରାଜସ୍ଵ ଆଦାୟରେ ଗତି ଆଣିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କୁ ସମନ୍ୱୟରେ କାମ କରିବାକୁ ଉପଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଡେପୁଟି କଲେକ୍ଟର (ରାଜସ୍ଵ) ଲକ୍ଷ୍ମଣ ଅମାତ, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକ, ଅବକାରୀ ଆରକ୍ଷୀ ଅଧୀକ୍ଷକ ବାସନ୍ତୀ ପ୍ରଭା ନାୟକ, ତହସିଲଦାର ଦେବଗଡ଼ କର୍ଣ୍ଣ ମଲିକ, ତହସିଲଦାର ରିଆମାଳ ବିଜୟଲକ୍ଷ୍ମୀ ନାୟକ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।