logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୁଷୋତ୍ତମପୁର NACର ମୌଳିକ ସୁବିଧାରେ ବିଫଳତା ଉପରେ ଚିନ୍ତା

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ସହରବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେବାର ଅଭିଯୋଗ ଉଠାଇଛନ୍ତି। ସ୍ଥାନୀୟ ଲୋକମାନେ ଏନଏସିର ଧୀର ଗତିରେ ଚାଲୁଥିବା ବିକାଶ କାର୍ଯ୍ୟ ଓ ପାଣୀୟ ଜଳ, ରାସ୍ତା ମରାମତି, ପରିଚ୍ଛନ୍ନତା ଓ ଆଲୋକ ବ୍ୟବସ୍ଥାର ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନଏସିର ବହୁଯୋଜନା କାଗଜେ ରହି ଥିବା ବେଳେ ବାସିନ୍ଦାମାନେ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।

ପୁରୁଷୋତ୍ତମପୁର NACର ମୁଖ୍ୟ ମୌଳିକ ସମସ୍ୟାଗୁଡ଼ିକରେ ପାଣୀୟ ଜଳ ସମସ୍ୟା, ଭଙ୍ଗା ରାସ୍ତା, ଅନିୟମିତ ଅବର୍ଜନା ସଂଗ୍ରହ, ରାତିରେ ଆଲୋକ ଅଭାବ, ସ୍ୱାସ୍ଥ୍ୟ ସମସ୍ୟା, ଅବୈଧ ଦଖଲ, ଟ୍ରାଫିକ୍‌ ଜାମ୍‌, ଧୀର ଗତିରେ ବିକାଶ କାର୍ଯ୍ୟ ଓ ଜନଅଭିଯୋଗର ସମାଧାନରେ ବିଳମ୍ବ ଆଦି ରହିଛି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ NAC ପ୍ରଶାସନ, ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ସମନ୍ୱୟ ଆବଶ୍ୟକ। ତଥାପି, NACର ଜନପ୍ରତିନିଧି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମଧୁଚନ୍ଦ୍ରିକାରେ ପରିପୃକ୍ତ ହୋଇ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ନ ଦେଉଥିବାରେ ଆସଙ୍କା ଉଠିଛି। ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାର ଏହାର ତତ୍କାଳ ହସ୍ତକ୍ଷେପ ନ କଲେ ଲୋକ ଆନ୍ଦୋଳନ କରିବେ ବୋଲି ସତର୍କ କରାଯାଇଛି।

8
637 views

Comment