logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ଶ୍ରୀଜଗନ୍ନାଥଙ୍କ ଚାପ ଖେଳ ଅନୁଷ୍ଠିତ

ଦାମନଯୋଡ଼ି : ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରାର ସପ୍ତଦଶ ଦିବସରେ ଶ୍ୱେତସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ିରେ ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଚାପ ଖେଳ ଓ ସ୍ଵତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜାର୍ଚ୍ଚନା ସହିତ ବିଭିନ୍ନ ପାରମ୍ପରିକ ସଂସ୍କୃତିକ କାର୍ଯ୍ୟକଳାପ ଯଥା ଘଣ୍ଟଘଣ୍ଟା, ଆଲଟ, ଚାମର, ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳି ରହିଥିଲେ। ମୁଖ୍ୟ ମନ୍ଦିରରୁ ଶ୍ରୀ ରାଧାକୃଷ୍ଣଙ୍କୁ ନରେନ୍ଦ୍ର ପୁଷ୍କରିଣୀକୁ ନେଇଯାଇ ଏକ ସୁସଜ୍ଜିତ ଡଙ୍ଗାରେ ପୁଷ୍କରିଣୀ ପରିକ୍ରମା କରାଯାଇଥିଲା।

ପୂଜାକ ଅଜୟ କୁମାର ପଣ୍ଡା, ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ପୂଜାକର୍ମରେ ଯୋଗଦେଇଥିଲେ। ମହାପ୍ରବନ୍ଧକ ଚନ୍ଦ୍ରମୋହନ ମହାନ୍ତ ମୁଖ୍ୟପୁରୋଧା ଭାବେ ଠାକୁରଙ୍କୁ ଚାପ ଖେଳାଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ସହ ଅନେକ ସଦସ୍ୟ ଓ ସ୍ବେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ସେବା ଯୋଗାଇଥିଲେ। ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ସଂକୀର୍ତ୍ତନ ସେବାରେ ଯୋଗଦେଇଥିଲେ।

248
1756 views

Comment