logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସେମିଳିଗୁଡା ମହାବିଦ୍ୟାଳୟରେ ମୋଜେସ ଖୋସ୍ଲାଙ୍କ ଶୋକ ସଭା

ସେମିଳିଗୁଡା : ସେମିଳିଗୁଡା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର ମୋଜେସ ଖୋସ୍ଲା ଗତ ୦୨.୦୪.୨୦୨୬ ତାରିଖରେ କୋଲାବ୍ ଜଳ ଭଣ୍ଡାରରେ ଆଲବମ୍ ରିଲ୍ ଶୁଟିଂ କରିବାକୁ ଯାଇ ବୁଡି ମୃତ୍ୟୁ ବରଣ କରିଥିଲେ। ଘଟଣା ସମୟରେ ସେ ତାଙ୍କର ଦୁଇଚାରି ଜଣ ସାଥୀଙ୍କ ସହ ଥିଲେ ଏବଂ ୧୧୨ ଅଗ୍ନିଶମ ବାହିନୀ ଓଡ୍ରାଫ ଟିମ୍ ତାଙ୍କୁ ଜଳରୁ ଉଦ୍ଧାର କରି ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନେଇଯାଇଥିଲେ, ଯେଉଁଠାରେ ସେ ମୃତ ବୋଲି ଘୋଷଣା କରାଯାଇଥିଲେ।

ଏହି ଘଟଣା ପରେ ସେମିଳିଗୁଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଶୋକ ସଭାରେ ଯୋଗ ଦେଇ ମୋଜେସଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଡ. ଝାନ୍ ସି ସିଂହ ସଭାପତିତ୍ୱରେ ବାଣିଜ୍ୟ ବିଭାଗ ତରଫରୁ ଏହି ସଭା ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଧ୍ୟାପକ ଭଳି ଦେବରାଜ ନାୟକ, ଡ. ପ୍ରୀତୀଶ ବେହେରା, ଶ୍ରୀପତି ଗିରି, ଅସୀତ ମିଶ୍ର ଏବଂ ଅମିତା ହୋତା ମୋଜେସଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କୁ ରିଲ୍ ତିଆରି ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ।

44
1717 views

Comment