ଚମ୍ପୁଆ ଓ ଭଣ୍ଡାରେ ବିଜେପି ବିଜୟ ଉତ୍ସବ ପାଳିତ
ଚମ୍ପୁଆ: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ ଭଣ୍ଡା ମଣ୍ଡଳରେ ବିଜୟ ଉତ୍ସବ ପାଳିତ ହେଲା। ଚମ୍ପୁଆ ନଗର ମଣ୍ଡଳର ମହାବୀର ଛକରେ ବିଜେପି କର୍ମୀମାନେ ମିଠା ବଣ୍ଟନ କରିବା ସହ ପ୍ରବଳ ବାଣ ଫୁଟାଇ ଖୁସି ଜଣାଇଥିଲେ।
ଭଣ୍ଡା ମଣ୍ଡଳର ବାଙ୍କି ସାହି ଠାରେ ମଧ୍ୟ ବିଜେପି ପକ୍ଷରୁ ବିଜୟ ସଂକେତ ସ୍ୱରୂପ ବାଣ ଫୁଟାଇ ମିଠା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳୀୟ ନେତୃତ୍ୱଙ୍କ ପକ୍ଷରେ ସ୍ଲୋଗାନ ଦେଇଥିଲେ। ଉଭୟ ମଣ୍ଡଳରେ ସ୍ଥାନୀୟ ନେତା ଓ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଏବଂ ଏହି ବିଜୟକୁ ସାଧାରଣ ଜନତାଙ୍କ ବିଜୟ ବୋଲି ବର୍ଣ୍ଣନା କରିଥିଲେ।