ଭଦ୍ରକ: ବିଜୟଲକ୍ଷ୍ମୀ ଓ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା
ଭଦ୍ରକ: ଜୀବନବ୍ୟାପୀ ଶିକ୍ଷା ଦାନ କରିଥିବା ଦୁଇ ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଓ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ଏକକାଳୀନ ବିଦ୍ୟାଳୟରୁ ଅବସର ନେବା ଦିନରେ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ଭାବାବେଗ ସୃଷ୍ଟି ହୋଇଥିଲା। ଭଦ୍ରକ ମିର୍ଜାପୁର ନାଥ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶିଶୁ ସାହିତ୍ୟିକ ଇଂ ଅଭୟ ସୂତା, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର, ଶିକ୍ଷାବିତ୍ ଗୀତାରାଣୀ ଆଇଚ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅତିଥିମାନେ ଅଂଶଗ୍ରହଣ କରିଥିଲେ।
ସଭାରେ ସୁକାନ୍ତି କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହିତ ଶିକ୍ଷୟିତ୍ରୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ଦେଇଥିଲେ। ଓଡ଼ିଶାର ପୂଜ୍ୟ ପୂଜା ପରିଷଦ ପକ୍ଷରୁ ଶ୍ରୀମତୀ ଦ୍ରୌପଦୀ ସାହୁ ଓ ଅରୁଣ କୁମାର ମଲ୍ଲିକଙ୍କୁ "ଶିକ୍ଷା ରତ୍ନ ସମ୍ମାନ" ଏବଂ ବିଜୟଲକ୍ଷ୍ମୀ ପଣ୍ଡା, ଜ୍ୟୋସ୍ନାମୟୀ ପଣ୍ଡା ଓ ରଶ୍ମିତା ଦାଶଙ୍କୁ "ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ" ମିଳିଥିଲା। ସମ୍ବର୍ଦ୍ଧନା ସଭା ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ କର ଦୁଇ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ସହିତ ବିଦାୟ ଦେଇଥିଲେ।