logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିପଦସଙ୍କୁଳ ଅବସ୍ଥାରେ ଚନ୍ଦ୍ରଶେଖରପୁର ହାଟପଦା: କଲ୍ଭଟ ସରିଲା, ହେଲେ ଅଧାପନ୍ତରିଆ ଡ୍ରେନ୍ ପାଲଟିଛି ମରଣଯନ୍ତା

ଚମ୍ପୁଆ:-ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଏବେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ୨୦୨୧-୨୨ ଆର୍ଥିକ ବର୍ଷର ଅନୁଦାନରେ କଲ୍ଭଟ ସହିତ ଡ୍ରେନ୍ ନିର୍ମାଣ (ଚନ୍ଦ୍ରଶେଖରପୁର ଛକ) କାର୍ଯ୍ୟ ପାଇଁ ୨,୫୦,୧୧୮ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ପ୍ରଶାସନିକ ଅବହେଳା ଯୋଗୁଁ ଏହା ବିପଦକୁ ନିମନ୍ତ୍ରଣ କରୁଛି। କଲ୍ଭଟ୍ (ଛୋଟ ପୋଲ) କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଡ୍ରେନ୍ ପାଇଁ ଗଭୀର ମାଟି ଖୋଳାଯାଇ ଦୀର୍ଘ ଦିନ ଧରି ଛାଡି ଦିଆଯାଇଛି।ସମ୍ପୃକ୍ତ ସ୍ଥାନରେ ପ୍ରତ୍ୟେକ ମଙ୍ଗଳବାର ଦିନ ବଡ଼ ସାପ୍ତାହିକ ହାଟ ବସିଥାଏ। ଖୋଳାଯାଇଥିବା ଗାତ ଯୋଗୁଁ ବ୍ୟବସାୟୀମାନେ ପସରା ମେଲାଇ ପାରୁନାହାନ୍ତି କି ଗ୍ରାହକମାନେ ସୁରକ୍ଷିତ ଭାବେ ଚଲାବୁଲା କରିପାରୁନାହାନ୍ତି ।ସ୍ଥାନୀୟ ଲୋକଙ୍କ କହିବା କଥା, "୨୦୨୧-୨୨ ବର୍ଷର କାମ ଏପର୍ଯ୍ୟନ୍ତ ଶେଷ ନହେବା ଦୁର୍ଭାଗ୍ୟଜନକ। ମାଟି ଖୋଳି ଛାଡିଦେବା ଫଳରେ ସାମାନ୍ୟ ବର୍ଷା ହେଲେ ଏହା ପୁରୀ ଯାଉଛି ଏବଂ ହାଟକୁ ଆସୁଥିବା ଲୋକେ ଗାତରେ ପଡି ଆହତ ହେବାର ଆଶଙ୍କା ରହୁଛି। ତେଣୁ ପ୍ରଶାସନ ଖୁବ୍ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବେ ଏବଂ ହାଟ ବାର ପୂର୍ବରୁ ସମସ୍ୟାର ସମାଧାନ କରିବେ। ଦେଖିବାକୁ ବାକି ରହିଲା ।

0
46 views

Comment