logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲପଡାରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆୟୋଜନ

ନୂଆପଡା, : ନୂଆପଡା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତ ନିକଟସ୍ଥ ମାଲପଡା ଗ୍ରାମରେ ଏପ୍ରିଲ ୨୯ ତାରିଖରୁ ମେ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆୟୋଜିତ ହେଉଛି। ଗ୍ରାମବାସୀଙ୍କ ସାମୁହିକ ପ୍ରୟାସରେ ଏହି ଧାର୍ମିକ କାର୍ଯ୍ୟକ୍ରମ ସଭାପତି ବୃନ୍ଦାବନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।ଏହି ତିନିଦିନିଆ ନାମଯଜ୍ଞରେ ଅଖଣ୍ଡ ଭାବେ “ହରେ କୃଷ୍ଣ, ହରେ ରାମ” ନାମ ସଂକୀର୍ତ୍ତନ ଚାଲିଥିବା ସହ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ଅଂଶଗ୍ରହଣ କରିଛନ୍ତି। ବୃନ୍ଦାବନ ସଂକୀର୍ତ୍ତନ ମଣ୍ଡଳୀ (କାଦୋମେରୀ), ଜୟଗୁରୁ ବାଳିକା ସଂକୀର୍ତ୍ତନ ମଣ୍ଡଳୀ (ବଡ଼ଘୁମେର, କଳାହାଣ୍ଡି), ମା ଗଡିଆଣି ସଂକୀର୍ତ୍ତନ ମଣ୍ଡଳୀ (ବାଦିବାହାଲ), ରାଧାକୃଷ୍ଣ ମହିଳା ସଂକୀର୍ତ୍ତନ ମଣ୍ଡଳୀ (ଅଗାଧୂପୁର), ଦନ୍ଦ୍ରାବାହାଲ ସଂକୀର୍ତ୍ତନ ମଣ୍ଡଳୀ (ବଲାଙ୍ଗୀର) ସହ ଅନ୍ୟାନ୍ୟ ମଣ୍ଡଳୀମାନେ ଏହି ଅବସରରେ ନିଜ ଭକ୍ତିମୟ ପ୍ରଦର୍ଶନ କରିଛନ୍ତି ।ଏଥିରେ ନମିତା ପୁଞ୍ଜି, ମଧୁସ୍ମିତା ପଟେଲ, ଦିପଞ୍ଜଳି ଧରିତ୍ରୀ, ବନ୍ତି ସାହୁ ଓ ଅନ୍ୟାନ୍ୟ ପ୍ରସିଦ୍ଧ ଗାୟିକାମାନେ ନାମ ସଂକୀର୍ତ୍ତନରେ ପ୍ରସ୍ତୁତ । ସେହିପରି ସୁରେଶ କୁମାର ପୁଞ୍ଜି, କପିଳେଶ୍ୱର ପୋଡ଼, ୟୋଗେଶ ପଟେଲ, ଭେଙ୍କଟ ଦାସ ଓ ଅନ୍ୟାନ୍ୟ ବାୟକମାନେ ସହଯୋଗ କରିଛନ୍ତି ।ଆୟୋଜକମାନଙ୍କ କହିବା ଅନୁଯାୟୀ, ଏହି ପବିତ୍ର ନାମଯଜ୍ଞ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ସମାଜରେ ଶାନ୍ତି, ସମ୍ପ୍ରୀତି ଓ ଐକ୍ୟବୋଧକୁ ମଜବୁତ କରିବ। କଳିଯୁଗରେ ଭଗବାନଙ୍କ ନାମସ୍ମରଣକୁ ସର୍ବୋତ୍ତମ ମାର୍ଗ ବୋଲି ଧରାଯାଏ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ଏହି ଅବସରରେ ଶ୍ରୀ ଶ୍ରୀ ନୀଳମାଧବ କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ ରତ ଅଛନ୍ତି। କର୍ତ୍ତା ପ୍ରେମ ଶବର ଓ ବିନୋଦିନୀ ଶବରଙ୍କ ସହ ସଭାପତି ବୃନ୍ଦାବନ ଶବର, ଉପସଭାପତି ଜଗନ୍ନାଥ ଶବର, ସମ୍ପାଦକ ରାଜେନ୍ଦ୍ର ଶବର ଓ ଅନ୍ୟାନ୍ୟ ସଦସ୍ୟମାନେ ଏହାର ପରିଚାଳନାରେ ନିୟୋଜିତ ଅଛନ୍ତି।ସମସ୍ତ ଭକ୍ତବୃନ୍ଦଙ୍କୁ ଏହି ପବିତ୍ର ନାମଯଜ୍ଞରେ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଉଠାଇବା ପାଇଁ ଆୟୋଜକମାନେ ଆମନ୍ତ୍ରଣ ଜଣାଇଛନ୍ତି।

4
691 views

Comment