logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଣ୍ଡିତ ଗୌରହରି ଦ୍ବିବେଦୀ ଙ୍କ ପରଲୋକ!

ପଣ୍ଡିତ ଗୌରହରି ଦ୍ବିବେଦୀ ଙ୍କ ପରଲୋକ!

ପାଟଣା-୩୦/୦୪, ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାଶନ ବାସିନ୍ଦା ତଥା ଜଣାଶୁଣା ପଣ୍ଡିତ ଗୌରହରି ଦ୍ବିବେଦୀ ଙ୍କର ବୁଧବାର ପୂର୍ବାହ୍ନ ରେ ୭୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ବେଦଜ୍ଞ ବ୍ରାହ୍ମଣ ଓ କୁଳ ପୁରୋହିତ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ଦୁର୍ଗା ଦେଇପୁର ୱାର୍ଡ ରେ ସେ ୨ ଥର ୱାର୍ଡ ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଏହି ଖବର ପାଇ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ସାମାଜିକ କର୍ମୀ ଯୁଗଳ କିଶୋର ଦାଶ, ଖବର ଦାତା କିଶୋର ଚନ୍ଦ୍ର ମହାନ୍ତ, ବିଜୟ ରତ୍ନ ପତି, ବୀରକିଶୋର ଦାଶ, କଳ୍ପତରୁ କର ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ବାସ ଗୃହରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ବିୟୋଗରେ ଶୋକ ପ୍ରକାଶ କରି ସମବେଦନା ଜଣାଇଛନ୍ତି।ପାଟଣା ପବିତ୍ର ବୈତରଣୀ କୂଳ ସ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା। ବଡ଼ପୁଅ ସାମ୍ବାଦିକ କାମିନିକାନ୍ତ ଦ୍ବିବେଦୀ ପିତାଙ୍କୁ ମୁଖାଗ୍ନି ଦେଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

10
933 views

Comment