logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିତୁ ମୁଣ୍ଡା ର କରୁଣ କାହାଣୀ!

ଜିତୁ ମୁଣ୍ଡା ର କରୁଣ କାହାଣୀ!
*********
ଭରତ ପାତ୍ର, ବରିଷ୍ଠ ସଦସ୍ୟ,
କେନ୍ଦୁଝର ସିଟିଜେନ ଫୋରମ୍
***********""
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ମଲିପସି ପଂଚାୟତ ଡିଆନାଳି ଗ୍ରାମ ର ଜିତୁ ମୁଣ୍ଡା ନାମକ ଆଦିବାସୀ ବ୍ୟକ୍ତି ତାର ମୃତ ଭଉଣୀ ର ଶବକୁ କାନ୍ଧରେ ଧରି ୨କିମି ଚାଲି ଚାଲି ବ୍ୟାଙ୍କ ରେ ପହଂଚିଵା ଘଟଣା ର ଦୃଶ୍ୟ ଆଜି ଦେଶର ବିଦେଶ ରେ ଚର୍ଚ୍ଚା ହେଉଛି। ଏହି ଦୁଃଖଦ ଘଟଣାରେ ବ୍ୟାଙ୍କ ମ୍ୟାନେଜର ସର୍ଵ ପ୍ରଥମେ ଦାୟୀ, casual careless approach ଦାୟୀ..!

କାରଣ , ମ୍ୟାନେଜର ଜଣେ ଦରିଦ୍ର ଅଶିକ୍ଷିତ ଆଦିବାସୀ ଗ୍ରାହକ କୁ ସହାନୁଭୂତି ଓ ସମ୍ବେଦନଶୀଳ ହୋଇ ବୁଝାଇବାରେ ସଂପୂର୍ଣ୍ଣ ବିଫଳ ହେଇଛନ୍ତି ।
ବ୍ୟାଙ୍କ ର ନିୟମ ଓ ସାର୍କୁଲାର ତିଆରି ହେଇଛି ଗ୍ରାହକ ସେଵା ପାଇଁ ,
ହଇରାଣ କରିବାପାଇଁ ନୁହେଁ।
ଗ୍ରାହକ କୁ ବ୍ୟାଙ୍କ ନିୟମ କହିଦେଲେ ଦାୟିତ୍ୱ ସରିଗଲା ଓ , ତାପରେ ଗ୍ରାହକ ବୁଝୁ ନ ବୁଝୁ କିଛି , ବ୍ୟାଙ୍କ ର କିଛି ଯାଏ ଆସେ ନାହିଁ ବୋଲି ଭାବିବା କିଛି ସହରୀ ମନୋଭାବ urban centric ବ୍ୟାଙ୍କ କର୍ମଚାରୀଙ୍କ ଅଭ୍ୟାସ..!
ଏଭଳି ଗ୍ରାହକ ବିରୋଧୀ ମନୋଭାବ ଉଭୟ ବ୍ୟାଙ୍କ ଓ ଗ୍ରାହକ ପାଇଁ ବିପଦଜନକ ଓ କ୍ଷତିକାରକ।

ବ୍ୟାଙ୍କ ସ୍ଲୋଗାନ ଦିଏ ..
Customer is God....
Customer satisfaction is our motto.."

କିନ୍ତୁ ବାସ୍ତବ ରେ , ଏଇ ଉକ୍ତି କୁ ଗ୍ରାହକ ଅନୁଭବ କରେନାହିଁ।
ଅସନ୍ତୁଷ୍ଟ ଗ୍ରାହକ ଙ୍କ ଅଭିଯୋଗ ବଢେ , ସେ Bank Ombudsman ପାଖରେ ନ୍ୟାୟ ପାଇଵା ପାଇଁ ଲଢେଇ କରେ।
ଏଣୁ, ବ୍ୟାଙ୍କ ମ୍ୟାନେଜର ପ୍ରଥମେ ବୁଝିବା କଥା, ଜିତୁ ମୁଣ୍ଡା ରୂଣ ମାଗୁ ନଥିଲା, ସେ ମାଗୁ ଥିଲା ବ୍ୟାଙ୍କ ରେ ଜମା ହୋଇଥିବା ମୃତ ଭଉଣୀ ର ଟଂକା...!!
ମୃତ ବ୍ୟକ୍ତିଙ୍କ ଜମାରାଶି କୁ ଉତ୍ତରାଧିକାରୀ ଙ୍କୁ ପ୍ରଦାନ କରିବାପାଇଁ ବ୍ୟାଙ୍କ ର ନିର୍ଦିଷ୍ଟ ନିୟମାବଳୀ ଅଛି।
ଜମାରାଶି କୁ ଭିତ୍ତିକରି ଦସ୍ତାବିଜ ଯଥା Death ସାର୍ଟିଫିକେଟ, legal heir certificate, Witness ଇତ୍ୟାଦି ବ୍ୟାଙ୍କ ରେ ଦାଖଲ କରିବାକୁ ପଡେ।
କିନ୍ତୁ ଜିତୁ ମୁଣ୍ଡା କ୍ଷେତ୍ରରେ, ଯେହେତୁ ଜମାରାଶି ମାତ୍ର ୨୦ ହଜାର ରୁ କମ୍ ଥିଲା , ତାହା କେବଳ Death ଓ Legal heir certificate ବଳରେ ଦିଆଯାଇପାରିଥାନ୍ତା।
ବ୍ୟାଙ୍କ ମ୍ୟାନେଜର ନିଜେ ସେଇ ଡିଆନାଳି ଗାଁ କୁ ଯାଇ ମୃତ୍ୟୁ କାଳୀନ ସତ୍ୟତା ରିପୋର୍ଟ ,
ଲୋକପ୍ରତିନିଧି, ଓ ପୁରୁଣା ଗ୍ରାହକଙ୍କ ସାକ୍ଷୀ ରଖି ପ୍ରସ୍ତୁତ କରି ପାରିଥାନ୍ତେ କିମ୍ବା ନିଜେ ତହସିଲଦାର କୁ ଅନୁରୋଧ କରି Legal heir certificate ଅଣାଇ ପାରିଥାନ୍ତେ।
କିନ୍ତୁ ଏ କାମ ବ୍ୟାଙ୍କ ମ୍ୟାନେଜର ର ନୁହଁ ଗ୍ରାହକର, ବୋଲି ମ୍ୟାନେଜର ଚୁପ୍ ରହିଲେ।
କିନ୍ତୁ ଏ ହିଁ ଗ୍ରାହକ ଟି ଥିଲା ଗାଉଁଲି ନିରକ୍ଷର ଆଦିବାସୀ ଜିତୁ ମୁଣ୍ଡା..!!
ସେ , କାହିଁକି ବୁଝିବ ,କିପରି , କେଉଁଠୁ ଆଣିଵ Death Certificate. ..??
ସେ ଭାବିଲା, ମୃତ୍ୟୁ ପ୍ରମାଣ ପାଇଁ ଶବ କୁ ନେଇ ମ୍ୟାନେଜର ସାମ୍ନାରେ ରଖି ଦେଲେ ଟଙ୍କା ମିଳିଯିବ।
ନହେଲେ, ଜଣେ ନୀରିହ ସରଳ ଗରିବ ଆଦିବାସୀ ନିଜ ଭଉଣୀ ର ପୋତି ଥିବା ଶବ କୁ କାନ୍ଧ ରେ ଧରି ବ୍ୟାଙ୍କ କୁ ୨/୩ କିମି ଚାଲି ଚାଲି ଆସି ନଥାନ୍ତା..!!!

ମୃତ୍ୟୁ ପ୍ରମାଣ ପାଇଁ ମୃତ ଶବ କୁ କାନ୍ଧ ରେ ବୋହି,ରାସ୍ତା ରେ ଚାଲି ଚାଲି ବ୍ୟାଙ୍କ ରେ ପହଂଚିଵା , ହୃଦୟ ବିଦାରକ ଘଟଣା ସାରା ଦେଶରେ ଅଭୂତପୂର୍ବ ଓ ଅଶ୍ରୁତପୂର୍ଵ।

ଏ ପ୍ରସଙ୍ଗରେ ସ୍ଥାନୀୟ ରାଜନୈତିକ କର୍ମୀ, ସରପଂଚ , ସମିତି ସଭ୍ୟ, ବିଧାୟକ ପ୍ରତିନିଧି, କୁଜି ନେତା ଓ ପଂଚାୟତ କର୍ମଚାରୀ , ଆଶା ଅଙ୍ଗନବାଡ଼ି କର୍ମୀ , ସ୍ୱୟଂ ସହାୟିକା ଗୋଷ୍ଠୀ କିମ୍ବା ବ୍ୟାଙ୍କ ମିତ୍ର'ଜିତୁ ମୁଣ୍ଡା "କୁ ସାହାଯ୍ୟ କରିପାରିଥାନ୍ତେ।
ସେମାନେ କିମିତି ଅନ୍ଧ ମୁକ ଵଧିର ହୋଇଗଲେ ....???
କିନ୍ତୁ ଦୁର୍ଭାଗ୍ୟ ର କଥା, କେହି ଜଣେ ବି ସହଯୋଗ ର ହାତ ବଢାଇବା ଉଚିତ ମଣିଲେ ନାହିଁ।
ତାର ସଂକଟ ବେଳେ ଆହାଃ କହିବା ବଦଳ ରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ ରେ ପ୍ରସାରଣ କଲେ।
ଏଣୁ ଅସହାୟ, ନିରୁପାୟ ହୋଇ ଅବୁଝା ଜିତୁ ମୁଣ୍ଡା ଶବ ନେଇ ବ୍ୟାଙ୍କ ରେ ଦେଖାଇ ଟଂକା ପାଇବାକୁ ଏଭଳି ପନ୍ଥା ଆପଣେଇବାକୁ ବାଧ୍ୟ ହେଲା।

ଖବର କାଗଜ, ଟିଭି , ଓ ସାମାଜିକ ଗଣମାଧ୍ୟମ ରେ ଘନ ଘନ ପ୍ରସାରଣ ଯୋଗୁଁ ନିଜ ଆତ୍ମ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ , ବିଧାୟକ, ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଦୋୖଡିଲେ ଜିତୁ ମୁଣ୍ଡା ଘରକୁ..! Damage control ପାଇଁ।
ଫଟାଫଟ୍ ସବୁ ବ୍ୟାଙ୍କ ଟଙ୍କା ଦେଇଦେଲେ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ଅର୍ଥ ଦିଆଗଲା।
ଫଟୋ ଉଠାଇ ବାହାବା ନେଲେ।
"ଆମର କିଛି ଦୋଷ ନାହଁ ,ସବୁ ଦୋଷ ଜିତୁ ମୁଣ୍ଡା ର " ସେ ମଦ ପିଇଥିଲା ବୋଲି
ଲଜ୍ଜା ହୀନ,ହୃଦୟହୀନ ଉତ୍ତର ଦେଇ ପ୍ରହସନ କଲେ।

କିନ୍ତୁ, ସେତେବେଳକୁ ..ନେଡି ଗୁଡ଼ କହୁଣୀକୁ ବୋହି ସାରିଲାଣି।
ଓଡ଼ିଶା ରାଜ୍ୟ ର ଭାବମୂର୍ତ୍ତି ନଷ୍ଟ ହେଇସାରିଲାଣି,....
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ବଦନାମ ହେଇ ସାରିଲାଣି

ଏ ଘଟଣା ନିଜ ଜିଲ୍ଲା ଗସ୍ତରେ ଥିବା ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ଙ୍କୁ ଗଭୀର ମର୍ମାହତ ଓ ବ୍ୟଥିତ କରିଥିଲା।
କାରଣ ଏହି ଘଟଣା ନିଜ ଜିଲ୍ଲା କେନ୍ଦୁଝର ରେ ଘଟିଛି।
ଏଭଳି ଅମାନବୀୟ,କରୁଣ ଦୃଶ୍ୟ ଦେଖି ସମଗ୍ର ଦେଶରୁ ପ୍ରବଳ , ସମାଲୋଚନା,କଟୁ ମନ୍ତବ୍ୟ.ଵର୍ଷିବାକୁ ଲାଗିଲା .!!
ଯାହା ଓଡ଼ିଶା ଲଜ୍ଜିତ ଓ ନିନ୍ଦିତ ହେଲା..!

ତୃଣମୂଳ ସ୍ତର ବାସ୍ତବ ନଗ୍ନ ଚିତ୍ର ର ଜ୍ୱଳନ୍ତ ଉଦାହରଣ ନିମିଷକେ ପାଲଟିଗଲା 'ଜିତୁ ମୁଣ୍ଡା".....!!

ଏବେ "ଜିତୁ ମୁଣ୍ଡା " ଵନି ଯାଇଛି , ପ୍ରଶାସନିକ ଅବହେଳା, ଉପେକ୍ଷା, ହୃଦୟହୀନତା ର ସିମ୍ବଲ୍...!!!


ଏଣୁ ଗ୍ରାମାଂଚଳର ବ୍ୟାଙ୍କ ରେ କାମ କରୁଥିବା କର୍ମଚାରୀମାନେ ଅଶିକ୍ଷିତ, ଗାଉଁଲି , ଶ୍ରମିକ,ମଜୁରିଆ ଶ୍ରେଣୀ ର ଗ୍ରାହକଙ୍କୁ ମୃତ୍ୟୁ ବ୍ୟକ୍ତି ର ଜମା ଅର୍ଥ ମଞ୍ଜୁର କଲାବେଳେ ଜଟିଳ ନୀତି ନିୟମ କୁ ରକ୍ଷା କରିବା ସହ ସାବଧାନତା, ସମ୍ବେଦନଶୀଳତା, ଓ ମାନବିକତାର ସହ ଦାୟିତ୍ୱ ପାଳନ କରିବାକୁ ପ୍ରଶିକ୍ଷଣ ଦିଆଯିବା ଊଚିତ..!

ଏଭଳି ଅପ୍ରୀତିକର, ଅଶୋଭନୀୟ, ନିନ୍ଦନୀୟ ଘଟଣାର ପୁନରାବୃତ୍ତି ନହେବା ପାଇଁ କେବଳ ବ୍ୟାଙ୍କ ନୁହଁ ବ୍ଲକ, ତହସିଲ,ଥାନା ଇତ୍ୟାଦି ରେ କାର୍ଯ୍ୟରତ କର୍ମଚାରୀ ସଜାଗ, ସତର୍କ,ଓ ସଂକଳ୍ପବଦ୍ଧ ହେବା ଉଚିତ।
ଲୋକାଭିମୁଖୀ ଶାସନ,..."
ଲୋକଙ୍କ ସରକାର, " ର ସ୍ଲୋଗାନ
,କେବଳ ସଭାସମିତି, ଭାଷଣରେ ସୀମିତ ନରହୁ..।

ଜିତୁ ମୁଣ୍ଡା .." କୋହ,ଲୁହ ର ମାର୍ମିକ ଚିତ୍ର ..
System failure ନୁହଁ ,
କିନ୍ତୁ Human failure ...!!

ସେଥିପାଇଁ human rights commission ତଦନ୍ତ କରିବ
RDC ତଦନ୍ତ ରୁ କ'ଣ ମିଳିବ..?
ପୁଣି ବ୍ୟାଙ୍କ ରୁ
ଭଉଣୀ ଶବ କୁ କାନ୍ଧ ରେ ଧୁ ଧୁ ଖରାରେ ୨/୩ କିଲୋମିଟର ରାସ୍ତା ରେ ଚାଲିଲା ବେଳେ ଥାନା ଅଧିକାରୀ ମାନେ ଜାଣିଲା ପରେ ଗାଡ଼ି ବନ୍ଦୋବସ୍ତ କଲେ ନାହିଁ କିପରି..?
ସେମାନେ,ଏ ତୃଟି ପାଇଁ ଦଣ୍ଡ ପାଇବେ କି..?


ପୂର୍ବତନ ବ୍ୟାଙ୍କ ଅଧିକାରୀ ଭାବେ ମୋର ମତ ଯେ ଗ୍ରାମୀଣ ଗ୍ରାହକର ଶିକ୍ଷା, ସଚେତନତା,bank literacy ର
ଅଭାବ ସାଙ୍ଗକୁ ବ୍ୟାଙ୍କ ମ୍ୟାନେଜର ଙ୍କ ସମ୍ବେଦନହୀନତା , ଯନ୍ତ୍ରବତ୍ ଶୁଷ୍କ ମାନସିକତା,ଓ ଜଟିଳ ନୀତି ନିୟମ ଆଧାରିତ କାର୍ଯ୍ୟ ଶୈଳୀ ର କିଭଳି ପରିବର୍ତନ ହେବ ,.ଓ ଉନ୍ନତି ହେଵ
ସେ ସଂପର୍କରେ ଆଇନଗତ , ଢାଂଚାଗତ,ସକାରାତ୍ମକ ପଦକ୍ଷେପ ଦ୍ୱାରା ହଁ ଏ ଭଳି ଦୁର୍ଭାଗ୍ୟଜନକ ଘଟଣା ର ପୁନରାବୃତ୍ତି ହେବନାହିଁ।
******
ପାର୍କ ରୋଡ଼, କେନ୍ଦୁଝର ଗଡ

25
1008 views

Comment