logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୭୦ ଜଣ କଲର ବେଲ୍ଟ ଓ ୧୨ ଜଣ ବ୍ଲାକ ବେଲ୍ଟ ପରୀକ୍ଷାରେ ଅଂଶଗ୍ରହଣ କଲେ।

୭୦ ଜଣ କଲର ବେଲ୍ଟ ଓ ୧୨ ଜଣ ବ୍ଲାକ ବେଲ୍ଟ ପରୀକ୍ଷାରେ ଅଂଶଗ୍ରହଣ କଲେ।

କେନ୍ଦୁଝର,ତା୨୯/୦୪- ପ୍ୟାସନ୍ ତାଇକୋଣ୍ଡୋ ପକ୍ଷରୁ ୧୫ତମ କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ପ୍ରମୋଶନ ପରୀକ୍ଷା କେନ୍ଦୁଝର ଜିଲ୍ଲାର ଜିମନେସିୟମ କମ୍ ଇଣ୍ଡୋର ହଲ୍‌ରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି।ଏହି ପରୀକ୍ଷାରେ ତିନୋଟି ଏକାଡେମୀରୁ ପ୍ରାୟ ୭୦ ଜଣ କଲର ବେଲ୍ଟ ଓ ୧୨ ଜଣ ବ୍ଲାକ ବେଲ୍ଟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପରୀକ୍ଷାର ପ୍ରଧାନ ପରୀକ୍ଷକ ଭାବେ ମାଷ୍ଟର ମନମୋହନ ଭଞ୍ଜ (ସାଧାରଣ ସମ୍ପାଦକ,ଓଡିଶା ତାଇକ୍ୱାଣ୍ଡୋ ଏସୋସିଏସନ,ପୁରୀ),ଷଷ୍ଠ ଡାନ ବ୍ଲାକ ବେଲ୍ଟ ଓ ଆନ୍ତର୍ଜାତୀୟ ତାଇକୋଣ୍ଡୋ ପରୀକ୍ଷକ,ବିଭିନ୍ନ ବେଲ୍ଟର ପରୀକ୍ଷା ଗ୍ରହଣ କରିଥିଲେ।ତାଙ୍କ ସହ ମାଷ୍ଟର ମୌଳୀନ୍ଦୁ କୁମାର ମହାନ୍ତ (ଏକାଡେମୀ ମୁଖ୍ୟ, ପ୍ୟାସନ୍ ତାଇକ୍ୱାଣ୍ଡୋ),୪ର୍ଥ ଡାନ ବ୍ଲାକ ବେଲ୍ଟ ଓ ଆନ୍ତର୍ଜାତୀୟ ପରୀକ୍ଷକ,ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।ଏହାସହ ତାଇକୋଣ୍ଡୋ କୋଚ୍ କୁନୁ ସାର୍,ମନୀଷ ସାର୍,ରୋହିତ ସାର୍ ଓ ଦେବୀରୂପା ଆଦି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।ପରୀକ୍ଷାରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା,ଶୃଙ୍ଖଳା ଓ ଆତ୍ମବିଶ୍ୱାସର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।ଆୟୋଜକ ପକ୍ଷରୁ କୁହାଯାଇଛି ଯେ,ଏପରି ପରୀକ୍ଷା ଯୁବପିଢ଼ୀଙ୍କ ମଧ୍ୟରେ ଆତ୍ମରକ୍ଷା ସହ ନୈତିକ ମୂଲ୍ୟବୋଧର ବିକାଶରେ ସହାୟକ ହୁଏ ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
865 views

Comment