logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଳିପୁଟରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ, ମାଳିପୁଟ, ପଟ୍ଟାଙ୍ଗି,କୋରାପୁଟ, ଓଡ଼ିଶା,ତା୨୮/୪/୨୬(ମଙ୍ଗଳବାର)

ମାଳିପୁଟରେ ୩୦ଜଣଙ୍କ ଚକ୍ଷୁ ପରୀକ୍ଷା
ଦାମନଯୋଡ଼ି,୨୮/୦୪:କୋରାପୁଟ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ମାଳିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଙ୍ଗଳବାର ଏକ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ହୋଇଥିବା ଏହି ଶିବିରରେ ମାଳିପୁଟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶିବିରରେ ଯୋଗ ଦେଇଥିବା ୩୦ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।୧୨ଜଣଙ୍କ ଠାରେ ମୋତିଆବିନ୍ଦୁ ଚି଼ହ୍ନଟ ସହିତ ଦୃଷ୍ଟିଦୋଷ ଥିବା ୪ଜଣ ବ୍ୟକ୍ତିଙ୍କ ଚଷମା ପରୀକ୍ଷା ହୋଇଥିଲା।ଅନ୍ୟ ୨ଜଣଙ୍କୁ ପଟ୍ଟାଙ୍ଗି ରେଫର କରାଯାଇଥିଲା।ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ମଧ୍ଯ ହୋଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ପଟ୍ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଶାନ୍ତନୁ କୁମାର ରାଉତଙ୍କ ତତ୍ୱାବଧାନରେ ହୋଇଥିବା ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ବିପିଏମ ମଧୁଲିକା ପାଢ଼ୀ ଓ ପିଏଚଇଓ ଆରତୀ ଗୁଡ଼ିଆଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ସିଏଚଓ ରାଜନନ୍ଦିନୀ ପାଣିଗ୍ରାହୀ ପରିଚାଳନା କରିଥିଲେ।ସ୍ୱାସ୍ଥ୍ୟକର୍ମୀ ପ୍ରତିମା ଗିରେମ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଆଶାକର୍ମୀ ରଶ୍ମିତା ମାଳି,ଗୁଣମତି ଖରା,ଲଳିତା ଖରା,ଲକ୍ଷ୍ମୀ ପ୍ରଧାନ,ସୀମାଦ୍ରି କନ୍ୟା,କୌଶଲ୍ୟା ଖିଲ,ମିତୁଲା ତମାଲ,ଲଛମଣୀ ଗୁଣ୍ଠା,ପ୍ରମିଳା ଚେଟ୍ଟି ଓ କମଳି ଗୁଣ୍ଠା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

6
1004 views

Comment