logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଦେବଗଡ଼, ତା. ୨୮.୦୪.୨୦୨୬ ରିଖ:-
ଉତ୍କଳ ସମ୍ମିଳନୀ, ଦେବଗଡ଼ ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ସ୍ଥାନୀୟ ଟାଉନ କ୍ଲବରେ ଗମ୍ଭୀରତାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ସଭାପତି ଟିକେଶ୍ୱର ସାହୁ ପୌରହିତ୍ୟ କରିଥିବା ବେଳେ, ଅବସରପ୍ରାପ୍ତ ଅଧ୍ୟାପକ ଅଶୋକ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସଂପାଦକ କୁମୁଦଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଗୌରହରି ଷଡ଼ଙ୍ଗୀ, ସତ୍ୟନାରାୟଣ ମିଶ୍ର, ପ୍ରକାଶ ଚନ୍ଦ୍ର ପ୍ରଧାନ, ଜଗମୋହନ ସାହୁ, ବାଲ୍ମୀକୀ ଚରଣ ଲୁହା, ଛବିଳ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ମଧୁବାବୁଙ୍କ ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟ ଗଠନରେ ଅପୂର୍ବ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହ କବିତା ପାଠ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଶେଷରେ କୋଷାଧ୍ୟକ୍ଷ ଦିଲୀପ କୁମାର ଦେବ ଧନ୍ୟବାଦ ଜ୍ଞାପନ କରିଥିଲେ।

0
24 views

Comment