logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରୁ ବିଜୟୱାଡାକୁ ନିଆଯାଉଥିବା ୧୪ ଜଣ ଉଦ୍ଧାର, ଚାଇଲ୍ଡ ଲାଇନ୍‌ର ସତର୍କତାରେ ଫାସ ହେଲା ସନ୍ଦେହଜନକ ଘଟଣା

ମାଲକାନଗିରି ଜିଲ୍ଲାରେ ଚାଇଲ୍ଡ ଲାଇନ୍‌ର ସତର୍କତାରେ ଏକ ସନ୍ଦେହଜନକ ଘଟଣା ପ୍ରକାଶ ପାଇଛି। ୨୭ ତାରିଖ ରବିବାର ରାତିରେ ଏକ ଘରୋଇ ବସ୍‌ ଯୋଗେ ବିଜୟୱାଡାକୁ ନିଆଯାଉଥିବା ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୬ ଜଣ ନାବାଳିକା ଓ ୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି।
ଖବର ପାଇ ଚାଇଲ୍ଡ ଲାଇନ୍‌ ସଦସ୍ୟମାନେ ବସ୍‌ରେ ଚଢ଼ାଉ କରି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା କରିବାରୁ ପ୍ରଥମେ ସେମାନେ ନାଚଗୀତ କରିବା ସହ ଇଂରାଜୀ କୋଚିଂ ନେବା ପାଇଁ ବିଜୟୱାଡା ଯାଉଥିବା କହିଥିଲେ। କିନ୍ତୁ ଅଭିଭାବକମାନେ କୌଣସି କୋଚିଂ ସେଣ୍ଟର କିମ୍ବା ଶିକ୍ଷକ ସମ୍ପର୍କରେ ଅବଗତ ନଥିବା କଥା କହିଥିବାରୁ ଘଟଣାଟି ଉପରେ ସନ୍ଦେହ ବଢ଼ିଛି।
ସ୍ଥାନୀୟ ଅଞ୍ଚଳର ୨୨ ବର୍ଷୀୟା ଜଣେ ଯୁବତୀ, ଯିଏ ନିଜକୁ ପାଷ୍ଟର ବୋଲି ପରିଚୟ ଦେଇଥିଲେ, ସେ ଏହି ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ଓ ଧାର୍ମିକ ପାଠ ପାଇଁ ନେଉଥିବା ଜଣାପଡ଼ିଛି। ଘଟଣାଟିରେ ଅନେକ ରହସ୍ୟ ଥିବା ଅନୁମାନ କରାଯାଉଛି।
ପରେ ସମସ୍ତଙ୍କୁ ସିଡବ୍ଲ୍ୟୁସି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ସହଯୋଗରେ ତଦନ୍ତ ପରେ ନାବାଳକ ଓ ନାବାଳିକାମାନଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଆଗାମୀଦିନରେ ସେମାନେ ଜିଲ୍ଲାଭିତରେ ରହି ପାଠ ପଢ଼ିବାକୁ ପ୍ରାଥମ୍ୟ ଦିଆଯିବ ବୋଲି କୁହାଯାଇଛି।

34
836 views

Comment