ସ୍ୱର୍ଗତ ଡାକ୍ତର ପି ସି ଦାସଙ୍କ ଏକାଦଶାହ ଅବସରରେ ସ୍ମୃତି ତର୍ପଣ।
ସ୍ୱର୍ଗତ ଡାକ୍ତର ପି ସି ଦାସଙ୍କ ଏକାଦଶାହ ଅବସରରେ ସ୍ମୃତି ତର୍ପଣ।
ସୁନାମଧନ୍ୟ ଡାକ୍ତର ସ୍ୱର୍ଗତ ପିସି ଦାସ ନିଜର ବୃତ୍ତିଗତ ଜୀବନ କାଳରେ ନିଜର ମାନଵଵାଦୀ ଦୃଷ୍ଟିଭଙ୍ଗୀ, ଉନ୍ନତ, ମାର୍ଜିତ ବ୍ୟବହାର,ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଯୋଗୁଁ ତୃଣମୂଳ ସ୍ତରର ସାଧାରଣ ଜନତାଙ୍କ ଶ୍ରଦ୍ଧା, ସମ୍ମାନ,ଓ ପ୍ରଶଂସା ଅର୍ଜନ କରିଥିଲେ।
ନିଜର ଦୀର୍ଘକାୟ ସ୍ଥୁଳ ଶରୀର, ଗାମ୍ଭୀର୍ଯ୍ୟ ସଂଭ୍ରାନ୍ତ ଚେହେରା ଯୋଗୁଁ ଖାଣ୍ଟି ଡାକ୍ତର ଭଳି ଦିଶୁଥିଲେ।
ଅନୁନ୍ନତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଯୁବ ଡାକ୍ତର ପିସିଦାସ ଚାକିରି ଜୀବନ ଆରମ୍ଭ କରିଥିଲେ। ଗରିବ,ନୀରିହ ଅସହାୟ ଆଦିବାସୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ସେ ପ୍ରଚୁର ଆନଂଦ ପାଇଥିଲେ।
"ମାନବ ସେଵା ହିଁ ମାଧବ ସେବା "
Service to humanity is to Service to God..."
ଏଭଳି ମହତ୍ ଭାବନା ତାଙ୍କ ଚିନ୍ତା ଚେତନା ରେ ପ୍ରବେଶ କରିଥିଲା।
ଜଣେ ଦକ୍ଷ ମେଡିସିନ ସ୍ପେଶାଲିଷ୍ଟ ଭାବେ ବାରିପଦା, କେନ୍ଦୁଝର ଓ ଜଗତସିଂହପୁର ଜିଲା ରେ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇ ନିଜ କାର୍ଯ୍ୟ ଶୈଳୀ ଯୋଗୁଁ
"ଡାକ୍ତର ଜଣେ ଦ୍ଵିତୀୟ ଭଗବାନ' ଉକ୍ତି ର ଯଥାର୍ଥତା ପ୍ରମାଣିତ କରିଥିଲେ।
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବାବେଳେ ପ୍ରଚୁର ଲୋକପ୍ରିୟତା ଅର୍ଜନ କରିଥିଲେ।
He was a good Samaritan for the poor patients.
ଶେଷରେ, କେନ୍ଦୁଝର ସହର ରେ ହିଁ ସ୍ଥାୟୀ ବାସିନ୍ଦା ବନିଗଲେ।
ସୁଲଭ ସହଜ ସ୍ୱଳ୍ପ ଖର୍ଚ ରେ ଔଷଧ ବ୍ୟବହାର ଦ୍ୱାରା ରୋଗ ଉପଶମ କରିବାରେ ଡଃ ଦାସ ସିଦ୍ଧ ହସ୍ତ ଥିଲେ ।
ସେଥିପାଇଁ ତାଙ୍କ କ୍ଲିନିକ୍ ରେ ଜିଲ୍ଲା ଭିତରୁ ଓ ଜିଲ୍ଲା ବାହାରୁ ରୋଗୀ ମାନେ ଚିକିତ୍ସା ଲାଗି ଭିଡ଼ କରୁଥିଲେ।
ଏତଦବ୍ୟତୀତ, ରୋଟାରୀ କ୍ଲବ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ରେ ଯୋଗଦେଇ ଚିକିସ୍ଛା ପରାମର୍ଶ ଦେବାଲାଗି ତାଙ୍କର ପ୍ରବଳ ଆନ୍ତରିକତା,ଓ ଆଗ୍ରହ ଥିଲା।
ସେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମଧ୍ୟ ଡାକ୍ତର ଭାବେ ମନୋନୀତ ହୋଇ ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ପରିବାରଙ୍କୁ ସେବାଯୋଗାଉଥିଲେ।
ମୋର ସୈାଭାଗ୍ୟ, ଯେ ,କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ବରିଷ୍ଠ ସଦସ୍ୟ ଵନ୍ଧୁ ରାମନାରାୟଣ ଦ୍ୱିବେଦୀ ଙ୍କ ସହ ତାଙ୍କ ଶବ ଶୋଭାଯାତ୍ରାରେ ଶ୍ଶଶାନ ଘାଟ ପର୍ଯ୍ୟନ୍ତ ଯାଇ ତାଙ୍କ ମର ଶରୀର ରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇଲୁ।
ମୋ ଆଖି ସାମ୍ନା ରେ ମୋର ପରମ ସମ୍ମାନନୀୟ ଡାକ୍ତର ଦାସଙ୍କ ଙ୍କ ସ୍ଥୁଳ ଶରୀର ଅଗ୍ନି ର ଲେଲିହାନ ଶିଖାରେ ପଞ୍ଚଭୂତ ରେ ବିଲୀନ ହୋଇଗଲା।
ବାସ୍ତବ ରେ ,ଡଃ ପିସି ଦାସ୍ କେବଳ ଡାକ୍ତର ଭାବେ ନୁହେଁ, କେନ୍ଦୁଝର ସହରର ଶିକ୍ଷା, ସାମାଜିକ, ସାଂସ୍କୃତିକ, ଅନୁଷ୍ଠାନ ର ଉପଦେଷ୍ଟା ମାର୍ଗଦର୍ଶକ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କର ସମାଜସେଵା ପାଇଁ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ଥିଲେ।
କେନ୍ଦୁଝର ସିଟିଜେନ ଫୋରମ୍ ର ବରିଷ୍ଠ ସଦସ୍ୟ ଓ ମାର୍ଗ ଦର୍ଶକ ଥିଲେ। ରୋଟାରିଆନ ଡଃ ରାଜେନ୍ଦ୍ର ପଲେଇ ଙ୍କ ଦ୍ଵାରା ପ୍ରତିଷ୍ଠିତ CTG ଶିକ୍ଷାନୁଷ୍ଠାନ ଠାରୁ "ସିଟିଜି ରତ୍ନ " ସମ୍ମାନ ପାଇଥିଲେ।
Dr PC Das was the household name in Kendujhar Town.
ଜଣେ ଅଭିଭାବକ ସ୍ତରୀୟ ବୁଦ୍ଧିଜୀବୀ ଭାବେ କେନ୍ଦୁଝର ମାଟି ମଣିଷକୁ ଭଲ ପାଉଥିବା ଡଃ ଦାସ ଜଣେ ଆଦରଣୀୟ ବ୍ୟକ୍ତିତ୍ୱ ଥିଲେ।
ଅନେକ ଡାକ୍ତର ଆସିବେ ,ଓ ଯିବେ, କିନ୍ତୁ ଡଃ ପିସିଦାସ ଙ୍କ ସ୍ଥାନ ନେଇ ପାରିବେ ନାହିଁ।
କଥା ରେ ଅଛି , Man lives in deeds,Not in years.
ଏ ସମାଜରେ ମଣିଷର 'ଆୟୁଷ' ନୁହେଁ "କର୍ମ ' ଦ୍ୱାରା ଜନମାନସ ରେ ବଂଚି ରହେ।
ଏଣୁ ଡାକ୍ତର ପିସି ଦାସ ଜଣେ ଲୋକପ୍ରିୟ ଡାକ୍ତର ଭାବେ କେନ୍ଦୁଝର ବାସୀଙ୍କ ହୃଦୟ ରେ ଚିରସ୍ମରଣୀୟ ହୋଇ ରହିବେ। ତାଙ୍କ ବଡ଼ ପୁଅ ଆମେରିକାରେ ଚାକିରି କଲାବେଳେ ସାନ ପୁଅ କେନ୍ଦୁଝର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଅଛନ୍ତି।
"ମାଟି ଦେହ ସିନା ଗ୍ରାସିଛି ଶ୍ମଶାନ .
ମାତ୍ର,
ଯଶୋଦେହେ ଚିର ଆୟୁଷ୍ମାନ...."
ଶେଷରେ, ଡଃ ଦାସଙ୍କ ମହାନ୍ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଖଣ୍ଡାଧାର ନିଉଜ- ଭରତ ଚନ୍ଦ୍ର ପାତ୍ର
ଅବସରପ୍ରାପ୍ତ, ଷ୍ଟେଟ ବ୍ୟାଙ୍କ ଅଧିକାରୀ
ପାର୍କ ରୋଡ଼, କେନ୍ଦୁଝର ଗଡ