logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାମୁ ଯୋଡ଼ି ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

ଜାମୁ ଯୋଡ଼ି ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

କେନ୍ଦୁଝର: ୨୭/୦୪ (ଖଣ୍ଡାଧାର ନିଉଜ) କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଭୂମିକା ଚକ୍ଷୁ ଚିକିତ୍ସାଲୟ କେନ୍ଦୁଝର ର ମିଳିତ ସହଯୋଗ ରେ ଯାମୁଯୋଡି ପଂଚାୟତ ଠାରେ (ତା:୨୭/୦୪/୨୬) ସୋମବାର ଦିନ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସମାଜ ସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ଶିବିରରେ, ଯାମୁଯୋଡି, ଗଦାଧରପୁର, ମାନପୁର, ଆଟପୁର, ମେଦିନପୁର, ଧଅ ଗୋଠ, ଧଳପୁର, ସନ୍ତୋଷପୁର, ନୁଆଁଗାଁ ଗ୍ରାମର ୬୨ ଜଣ ଆଦିବାସୀ ଓ ବନବାସୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି। ଭୂମିକା ଚକ୍ଷୁ ଚିକିତ୍ସାଳୟ ର ଅପଟମ ଜୁଲି ନାୟକ, ମ୍ୟାନେଜର ହିମାଂଶୁ ସାମଲ, ସ୍ୱାସ୍ଥ୍ୟ ସେବିକା ଅମ୍ବିକା ଦନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ ସଂଗଠକ ଗୌରାଙ୍ଗ ବାରିକ ପ୍ରମୁଖ ଚକ୍ଷୁ ପରୀକ୍ଷା କରି ୧୨ଜଣ ବରିଷ୍ଠ ନାଗରିକ ମୋତିଆ ବିନ୍ଦୁ ରୋଗୀ ଚି଼ହ୍ନଟ କରିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଅସ୍ତ୍ରଉପଚାର ନିମନ୍ତେ ଭୂମିକା ଚକ୍ଷୁ ଚିକିତ୍ସାଳୟ, କେନ୍ଦୁଝର କୁ ପ୍ରେରଣ କରାଯାଇଛି। ସରପଞ୍ଚ, ୱାର୍ଡ ମେମ୍ବର ଓ ଟାଟା ଷ୍ଟିଲ ଫାଉଣ୍ଡେସନ ର ସୁଶାନ୍ତ ପଲେଇ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସ୍ବେଛାସେବୀ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର କୋଷାଧକ୍ଷ ଅଧିବକ୍ତା ଶ୍ରୀ ସଞ୍ଜିବି କୁମାର ପାଇକ ରାୟ ଓ ଚେୟାରମ୍ୟାନ ସୁଶ୍ରୀ ଜଗଜିତା ଦାସ, ଟ୍ରଷ୍ଟ ତରଫରୁ ଚାଲି ଥିବା "ଅନ୍ଧତ୍ୱ ମୁକ୍ତ କେନ୍ଦୁଝର ଅଭିଯାନ" ରେ ସର୍ବସାଧାରଣ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

5
352 views

Comment