logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦର୍ଶ ପଞ୍ଚାୟତର ଅସଲ ଚିତ୍ର: ବାଲିପଶି ଗାଁରେ ଜଳ ପାଇଁ ହାହାକାର, ଅଚଳ ପଡ଼ିଛି ସ୍ୱଜଳଧାରା ପ୍ରକଳ୍ପ |

ଆଦର୍ଶ ପଞ୍ଚାୟତର ଅସଲ ଚିତ୍ର: ବାଲିପଶି ଗାଁରେ ଜଳ ପାଇଁ ହାହାକାର, ଅଚଳ ପଡ଼ିଛି ସ୍ୱଜଳଧାରା ପ୍ରକଳ୍ପ | ଚମ୍ପୁଆ :-ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ପଡ଼ୁଆ ଗ୍ରାମପଞ୍ଚାୟତକୁ 'ଆଦର୍ଶ ପଞ୍ଚାୟତ'ର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା କହୁଛି । ପଡ଼ୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏବେ ଜଳ ସଂକଟ ଉତ୍କଟ ରୂପ ଧାରଣ କରିଛି ।ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସ୍ୱଜଳଧାରା ପ୍ରକଳ୍ପ ଅଧୀନରେ ବଡ଼ ଟାଙ୍କି ନିର୍ମାଣ କରାଯାଇଥିଲା । ସୌରଶକ୍ତି ଦ୍ୱାରା ଏହି ପ୍ରକଳ୍ପ ଚାଲିବା କଥା, କିନ୍ତୁ ଦୀର୍ଘ ଦିନ ହେବ ଏହାର ମଟର ଖରାପ ହୋଇ ପଡ଼ିରହିଛି । ଫଳରେ ସୌର ପ୍ୟାନେଲ୍ ଥାଇ ମଧ୍ୟ ପାଣି ପମ୍ପ ହୋଇପାରୁନାହିଁ । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇଥିବା ବେଳେ, ଗାଁର ନଳକୂପ ଗୁଡ଼ିକ ମଧ୍ୟ ସାହାଯ୍ୟ କରୁନାହାନ୍ତି ।

ଛୋଟ ଛୋଟ ପିଲାମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ପାଣି ମୁନ୍ଦେ ପାଇଁ ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି ।ଗୋଟିଏ ପଟେ ପଞ୍ଚାୟତକୁ କାଗଜପତ୍ରରେ 'ଆଦର୍ଶ' କରାଯାଉଥିବା ବେଳେ, ମୌଳିକ ସୁବିଧାରୁ ବଞ୍ଚିତ ବାଲିପଶି ଗ୍ରାମବାସୀଙ୍କ ଦୁଃଖ କେବେ ଦୂର ହେବ? ଚମ୍ପୁଆ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ତୁରନ୍ତ ମଟର ମରାମତି କରିବା ସହ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

2
604 views

Comment