logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ରେ "ଗୋ-ସମ୍ମାନ ଆହ୍ବାନ ଅଭିଯାନ"।

କେନ୍ଦୁଝର ରେ "ଗୋ-ସମ୍ମାନ ଆହ୍ବାନ ଅଭିଯାନ"।

କେନ୍ଦୁଝର: ତା୨୭/୦୪ (ଖଣ୍ଡାଧାର ନିଉଜ) ପୂର୍ବାହ୍ନ ୧୦ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ "ଗୋ-ସମ୍ମାନ ଆହ୍ୱାନ ଅଭିଯାନ" ଆନୁକୂଲ୍ୟରେ କେନ୍ଦୁଝର ତହସିଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା। କେନ୍ଦୁଝର ସଦର ତହସିଲଦାରଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ଓଡ଼ିଶା ରାଜ୍ଯର ମହାମହିମ ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗୋହତ୍ୟା ନିବାରଣ ଆଇନ୍ ପ୍ରଣୟନ ଓ ଗୋମାତାଙ୍କୁ ରାଷ୍ଟ୍ରମାତାର ମାନ୍ୟତା ଦାବୀ କରି ହଜାର ହଜାର ଜନସାଧାରଣ ଙ୍କର ଦସ୍ତଖତ ସମ୍ବଳିତ ଆବେଦନ ପତ୍ର ପ୍ରଦାନ କରାଯାଇଥିଲା।
ଗୋସମ୍ମାନ ଆହ୍ୱାନ ଅଭିଯାନର କେନ୍ଦୁଝର ମୁଖ୍ୟ ଶ୍ରୀମତୀ ମୋନାଲିସା ଦାଶ, ସରୋଜ ପ୍ରସାଦ ଦାଶ, ଶିକ୍ଷାବିତ୍ ପ୍ରଣବ କୁମାର ବେହେରା, RSS ର ଡମ୍ବରୁଧର ମହାନ୍ତ, ପ୍ରଫୁଲ୍ଲ ଭାଇ, ମିଳନ ଭାଇ, ଗାୟତ୍ରୀ ପରିବାରର ବାଳକୃଷ୍ଣ ଗିରି, ମହିଳା ସମାଜ ସେବୀ ପଦ୍ମିନୀ ମହାରଣା, ମାମୀନା ଦିଦି, ସୋନି, ଆଦିତ୍ୟ ବାହିନୀର ପ୍ରହଲ୍ଲାଦ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।
(ଡକ୍ଟର ନରେନ୍ଦ୍ର ରାଠୋର ଙ୍କ ରିପୋର୍ଟ)

5
877 views

Comment