logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାୟାକଳ୍ପ ପୁରସ୍କାର: ଶୀର୍ଷରୁ ୧୫ ନମ୍ବରକୁ ଖସିଲା ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : କର୍ମଚାରୀଙ୍କ ଅବହେଳାକୁ ନେଇ ବଢୁଛି ଅସନ୍ତୋଷ

ଚମ୍ପୁଆ : - (ହେମନ୍ତ କୁମାର ମହାନ୍ତ ) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବର୍ଷ ୨୦୨୫-୨୬ ପାଇଁ ପ୍ରତିଷ୍ଠିତ 'କାୟାକଳ୍ପ' ପୁରସ୍କାର ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ନୈରାଶ୍ୟ ଖେଳିଯାଇଛି। ଗତ ବର୍ଷ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚଳିତ ବର୍ଷ ୧୫ତମ ସ୍ଥାନକୁ ଖସି ଆସିଛି।
​ଗତ ବର୍ଷ ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ନିଜର ସ୍ୱଚ୍ଛତା, ସୁନ୍ଦର ପରିବେଶ ଏବଂ ଉତ୍ତମ ସେବା ପାଇଁ ସମଗ୍ର ଓଡ଼ିଶାରେ ନମ୍ବର ୱାନ ସ୍ଥାନ ପାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାତ୍ର ମାତ୍ର ବର୍ଷକ ମଧ୍ୟରେ ଏହି ସଫଳତା ଫିକା ପଡ଼ିଯାଇଛି। ପ୍ରଥମରୁ ସିଧା ପଞ୍ଚଦଶ ସ୍ଥାନକୁ ଖସିବା ଏହାର ସ୍ୱାସ୍ଥ୍ୟ ସେବା ଏବଂ ରକ୍ଷଣାବେକ୍ଷଣର ମାନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।​ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମତରେ, ଏହି ବିପର୍ଯ୍ୟୟ ପଛରେ ମେଡିକାଲ ଇନଚାର୍ଜ ଏବଂ NHM (National Health Mission) କର୍ମଚାରୀଙ୍କ ଚରମ ଅବହେଳା ହିଁ ମୁଖ୍ୟ କାରଣ। ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳନାରେ ଶିଥିଳତା, ସ୍ୱଚ୍ଛତା ପ୍ରତି ଦୃଷ୍ଟି ନଦେବା ଏବଂ କର୍ତ୍ତବ୍ୟରେ ଗାଫିଲତି ଯୋଗୁଁ ଆଜି ଭଣ୍ଡା ତାର ପୂର୍ବ ଗୌରବ ହରାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।
​"ଯେଉଁ ହସ୍ପିଟାଲ ଦିନେ ରାଜ୍ୟ ପାଇଁ ଉଦାହରଣ ଥିଲା, ଆଜି କର୍ମଚାରୀଙ୍କ ସମନ୍ୱୟ ଅଭାବ ଓ ଅବହେଳାରୁ ତାହା ପଛକୁ ପଡ଼ିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।"​ସୂଚନାଯୋଗ୍ୟ ଯେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ ଏବଂ ସେବା ପ୍ରଦାନର ମାନକୁ ପରଖିବା ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ କରାଯାଇ ମାର୍କ ଦିଆଯାଏ।​ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ବିଫଳତା ପରେ ଏବେ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା। ଜନସାଧାରଣ ଦାବି କରିଛନ୍ତି ଯେ, ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ଏବଂ ପୁଣି ଥରେ କିଭଳି ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଶୀର୍ଷ ସ୍ଥାନକୁ ଫେରିବ, ସେଥିପାଇଁ ଉପଯୁକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଉ।

8
481 views

Comment