ଅଜଣା ଗାଡି ଧକ୍କାରେ ଜଣେ ମୃତ!
ଅଜଣା ଗାଡି ଧକ୍କାରେ ଜଣେ ମୃତ!
ପାଟଣା-୨୨/୦୪, ପାଟଣା ଥାନା ଅଞ୍ଚଳ 220 ନଂ ଜାତୀୟ ରାଜପଥ ର କାଶିଆ ନିକଟରେ ବୁଧବାର ଭୋରରୁ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ରାସ୍ତାଉପରେ ପଡି ରହିଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖି ପାଟଣା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣଙ୍କର ସଠିକ ପରିଚୟ କିମ୍ବା କେହି ଆତ୍ମୀୟ ବ୍ୟକ୍ତି ପହଞ୍ଚି ନଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶବ ପଡି ରହିଥିଲା। ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା ଓ ମୃତକର ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଜାରୀରଖିଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ।