logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କେନ୍ଦୁଝର -୨୨/୦୪(ଖଣ୍ଡାଧାର ନିଉଜ) କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ଧରଣୀଧର ଜୟନ୍ତୀ ଆୟୋଜନର ବିଭିନ୍ନ ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଵିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କେନ୍ଦୁଝରର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ଯୋଗଦେଇଥିବା ବେଳେ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶିବଶଙ୍କର ମିଶ୍ର, ଭୂୟାଁ ସାଂସ୍କୃତିକ ସଙ୍ଘର ସମ୍ପାଦକ ଶ୍ୟାମସୁନ୍ଦର ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେl
୫ ମଇ, ୨୦୨୬ ରେ କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍ ଠାରେ ଜିଲ୍ଲାସ୍ତରୀୟ ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ ପାଳନ କରାଯିବା ସହ ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରେ ମଧ୍ୟ ସମାନ୍ତରାଳ ଭାବେ ଜୟନ୍ତୀ ଉତ୍ସବ ଧୂମଧାମରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଜୟନ୍ତୀ ସମାରୋହର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ଭଳି ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଅନୁଷ୍ଠାନର ପ୍ରମୁଖ ବିଷୟବସ୍ତୁ ମଧ୍ୟରେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ଓ ଉତ୍କୃଷ୍ଟତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଉତ୍ସବର ଗୁରୁତ୍ୱ ସହିତ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସୁସମନ୍ୱିତ ଢଙ୍ଗରେ ଉତ୍ସବ ପାଳନ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଥିଲା। ଜୟନ୍ତୀର ସଫଳ ଆୟୋଜନା ପାଇଁ ପୂର୍ବରୁ ସମସ୍ତ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିଲା।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

21
1435 views

Comment