logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର ଏବଂ ଟ୍ରକ ମାଲିକଙ୍କ ମଧୁଚନ୍ଦ୍ରିକା ମଧ୍ୟରେ ବଳିପଡିଛି ଗୁରୁବାରୀଆ

ପୁରୁଷୋତ୍ତମପୁର-22/04(ଆଦିତ୍ୟ ମହାପାତ୍ର )ବେଗୁନିଆପଡା ବ୍ଲକ ଷଣ୍ଡମୂଳ ପଞ୍ଚାୟତର ଖୁଣ୍ଟିଆ ତୋଟା,ସାରୁବନ୍ଧ ଗ୍ରାମର ଘଷି ଶବର ଙ୍କ ପୁତ୍ର ଗୁରୁବାରୀଆ ଶବର ବୟସ ୩୮(ପୋଲସରା ବ୍ଲକ ମଦରଙ୍ଗା ପଲ୍ଲୀ ପ୍ରାଥମିକ ଶିକ୍ଷକ) ଏବଂ ତାଙ୍କ ସ୍ତ୍ରୀ ସୁଷମା ଶବର ବୟସ ୩୧,ନିଜ ପୁଅ ନିଖିଲ ଶବର ବୟସ ୧୦ ବର୍ଷ,ଝିଅ ଇଭା ଜେଲିନ ଶବର ୪ ବର୍ଷ ଏମାନଙ୍କୁ ନେଇ ବ୍ରହ୍ମପୁରରୁ ନିଜ ଗ୍ରାମକୁ ଏପ୍ରିଲ ମାସ ୫ ତାରିଖ ସନ୍ଧ୍ୟା ୭.୩୦ ସମୟରେ ଫେରୁଥିବା ସମୟରେ ପୁରୁଷୋତ୍ତମପୁର ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର ପୁରୁଷୋତ୍ତମପୁର ଭୁତସରସିଙ୍ଗି ମଧ୍ୟରେ ଥିବା ବଡ଼ଶଙ୍ଖ ପାଖ ମେଇନ ରୋଡରେ ଯଥା ପ୍ରକାର ସୁରକ୍ଷା ବ୍ୟବସ୍ଥା ନକରି ରୋଡ଼ ଖୋଦେଇ କରି ପାଇପଲାଇନ ଖୋଳି ରୋଡ଼ ଉପରେ ମାଟି ଗଦା କରିଥିଲେ | ସେହି ଜାଗାରେ ସତର୍କ ସୂଚନା ଫଳକ କିମ୍ବା ଲାଇଟର ବ୍ୟବସ୍ଥା ନଥିବା ଯୋଗୁଁ ଟ୍ରକର ଲାଇଟ ଗୁରୁବାରୀଆଙ୍କ ମୁଁହ ଉପରେ ପଡିବା ଦ୍ଵାରା ତାଙ୍କୁ ରାସ୍ତା ଦେଖାନଯିବା ଫଳରେ ମୋଟର ସାଇକେଲଟି ମାଟି ଗଦା ଉପରେ ଚଢ଼ି ଯାଇଥିଲା ଫଳରେ ଗୁରୁବାରୀଆ ଶବର,ସ୍ତ୍ରୀ ସୁଷମା ଶବର,ଝିଅ ଇଭା ଜେଲିନ ଶବର,ପୁଅ ନିଖିଳ ଶବର ପ୍ରଭୁତି ଟ୍ରକ ଚାଳକଙ୍କ ଅସାବଧାନତା,ଦୃତ ଗତି ଏବଂ ବେପରୁଆ ଗାଡି ଚାଳନା ଯୋଙ୍ଗୁ ତାଙ୍କ ସ୍ତ୍ରୀ ପିଲା ଏବଂ ସେ ଛିଟିକି ପଡିଯିବା ପରେ ଟ୍ରକ ନମ୍ବର ଓଡି-୦୭ ଏପି ୪୯୪୦ ଦ୍ରୁତଗତି ରେ ଆସି ତାଙ୍କ ସ୍ତ୍ରୀ ଙ୍କ ଉପରେ ଚଢିଯିବା ପରେ ତାଙ୍କ ସ୍ତ୍ରୀ ଙ୍କ ସେହି ସ୍ଥାନରେ ମୃତ୍ୟୁ ଘଟିଥିଲା ବେଳେ ପୁଅ,ଝିଅ ଏବଂ ସ୍ୱାମୀ ଭଗବାନଙ୍କ କୃପାରୁ ଖଣ୍ଡିଆ ଖାବରା ହୋଇ ମୃତ୍ୟୁ ମୁଖରୁ ବାର୍ତ୍ତି ଯାଇଛନ୍ତି | ଏହା ଉପରେ ପୁରୁଷୋତ୍ତମପୁର ଥାନା ରେ କେସ ନମ୍ବର ୦୨୦୯/୨୦୨୬ ପ୍ରକାରେ କେସ ରୁଜୁ ହୋଇଛି | ଏହି କେସ ଦାଇତ୍ୱ ନେଇଛନ୍ତି କ୍ଷେତ୍ର ମୋହନ ସାହୁ(ଏସ.ଆଇ )କିନ୍ତୁ ଦୁଃଖର ବିଷୟ ଏତେବଡ ଦୁଃଖଦ ଘଟଣା ଘଟି ପିଲା ଦୁଇଟି ମା ଛେଉଣ୍ଡ ହୋଇଯିବା ଏବଂ ଗୁରୁବାରୀଆଙ୍କ ସ୍ତ୍ରୀ ସବୁଦିନ ପାଇଁ ତାଙ୍କୁ ଛାଡି ଇହଧାମ ଚାଲିଯିବା ପରେ ମଧ୍ୟ ଆଜକୁ ଅନୁମାନିକ ୧୮ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ତାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର କିମ୍ବା ଟ୍ରକ ମାଲିକ କ୍ଷତି ପୂରଣ ଦେବା ଦୂରର କଥା ତାଙ୍କୁ କଲ୍ ମଧ୍ୟ କରିନାହାନ୍ତି | ଏବଂ ଯେଉଁ ଜାଗାରେ ଦୁର୍ଘଟଣା ଘଟିଥିଲା ସେହିଜାଗା ବର୍ତ୍ତମାନ ସୁଦ୍ଧା ଭଲରେ ମାଟି ପକାଯାଇନି କି ରୋଲର କିମ୍ବା ଭାଇବ୍ରେଟ ମେସିନ ଦ୍ଵାରା ମାଟିକୁ ଠିକରେ ମରାମତି କରାଯାଇନି |ଏହାକୁ ଦେଖି ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ଦ୍ଵାରା ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେହି ଜାଗାରେ ଉପରେ ଉପରେ ମାଟି ଛିଞ୍ଚି ସେହି ଜାଗାକୁ ୧୫ ଦିନ ପରେ ରାତି ଅଧରେ ପୋତିଦିଆ ଯାଇଛି କିନ୍ତୁ ଭଲଭାବେ ମାଟିକୁ ଠିକ ରେ ନ ପକାଇଥିବା ଯୋଙ୍ଗୁ ଆଗକୁ ପୁଣି ସେହି ରାସ୍ତା ରେ ଦୁର୍ଘଟଣା ଘଟିପାରେ ତେଣୁ ଗୁରୁବାରୀଆ ଶବର ଏବଂ ଜନସାଧାରଣଙ୍କ ଦୃଢ ଦାବୀ ତୁରନ୍ତୁ ତାଙ୍କ ପରିବାରକୁ କ୍ଷତି ପୂରଣ ଦିଆଯାଉ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର,ଟ୍ରକ ଡ୍ରାଇଭର ଏବଂ ଟ୍ରକ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁବାରୀଆ ଶବରଙ୍କ ପରିବାର ଏବଂ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳ ଏବଂ ସରକାରଙ୍କୁ ଏହାଉପରେ ତୁରନ୍ତ ତଦନ୍ତ କରି ଉଚିତ ନ୍ୟାୟ ଦେବାକୁ ଗଣ ମାଧ୍ୟମ ଜରିଆ ରେ ଅନୁରୋଧ କରିଛନ୍ତି |

1
462 views

Comment