logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୫୦ କେଜି ଗଞ୍ଜେଇ ଜବତ, ୫ ଅଭିଯୁକ୍ତ କୋର୍ଟ ଚାଲାଣ

୫୦ କେଜି ଗଞ୍ଜେଇ ଜବତ, ୫ ଅଭିଯୁକ୍ତ କୋର୍ଟ ଚାଲାଣ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି -୨୭ ଗ୍ରାମ ୩୨୬ ଜାତୀୟ ରାଜପଥ ନିକଟରେ କାଲିମେଳା ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ସିଏଚ ୟେଶୋଦାଶୁ, ଡି ପ୍ରବୀଣ କୁମାର, ଏ ମହେଶ ବାବୁ, ଏନ ରାହୁଲ, ପି ମନେନ୍ଦ୍ର ବାବୁ।ସେମାନେ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ପାଖରୁ ଦୁଇଟି ମୋଟର ସାଇକେଲ, ତିନୋଟି ମୋବାଇଲ୍ ଫୋନ୍ ଜବତ କରିଛି କାଲିମେଳା ପୁଲିସ ।
ସୂଚନା ମୁତାବକ, ସେମାନେ ଏମଭି -୨୭ ଗ୍ରାମ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ବେଆଇନ ଭାବରେ ଚୋରା ଗଞ୍ଜେଇ ରଖି ବସିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ସେମାନଙ୍କୁ ଗିରଫ କରିଥିଲେ । ଏହି ଗଞ୍ଜେଇକୁ ଅଭିଯୁକ୍ତ ମାନେ ବିଭିନ୍ନ ଅଞ୍ଚଳକୁ ଚାଲାଣ ପାଇଁ ନେଉଥିବା ସୂଚନା ମିଳିଥିଲା। ଏନେଇ ପୁଲିସ୍ କେସ୍ ନମ୍ବର ୮୬/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ

26
1191 views

Comment