logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫିର ଦ୍ୱାଦଶ ଦିବସ ଜେଏସଡବ୍ଲୁ ଫାଉଣ୍ଡେସନ ୩-୨ ଗୋଲରେ ବିଜୟୀ ଫାଇନାଲରେ ଟିଏସଏଫ, ଯୋଡ଼ା ସହ ଟିଏସଏଫ, ମୁର୍ଗାର ମୁକାବିଲା

ରାଜ୍ୟ ସିଏମ ଟ୍ରଫିର ଦ୍ୱାଦଶ ଦିବସ
ଜେଏସଡବ୍ଲୁ ଫାଉଣ୍ଡେସନ ୩-୨ ଗୋଲରେ ବିଜୟୀ
ଫାଇନାଲରେ ଟିଏସଏଫ, ଯୋଡ଼ା ସହ ଟିଏସଏଫ, ମୁର୍ଗାର ମୁକାବିଲା

କେନ୍ଦୁଝର -୨୧/୦୪(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାରେ ଦ୍ୱିତୀୟ ସଂସ୍କରଣର ଆଜି ଦ୍ୱାଦଶ ଦିବସ l ୧୪ ବର୍ଷରୁ କମ ବାଳକ ବିଭାଗର ଆଜି ଅନ୍ତିମ ଲିଗ ମ୍ୟାଚରେ ଜେଏସଡବ୍ଲୁ ଫାଉଣ୍ଡେସନ ଆର ଏମ ହାଇସ୍କୁଲ ବିପକ୍ଷରେ ୩-୨ ଗୋଲରେ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି l ଏଥିସହ ଗ୍ରୁପ ' ଏ ' ରେ ଦୁଇ ଦଳ ଜିନ୍ଦଲ ଷ୍ଟିଲ, ବଡ଼ବିଲ ଏବଂ ଟିଏସଏଫ ମୁର୍ଗା ସମାନ ପଏଣ୍ଟ ପାଇଥିବାରୁ ଲଟେରୀ ର ଆଶ୍ରୟ ନିଆଯାଇଥିଲା l ଏଥିରେ ଟିଏସଏଫ, ମୁର୍ଗା ବିଜୟୀ ହୋଇ ଆସନ୍ତା ୨୩ ତାରିଖ ଗୁରୁବାର ଦିନ ଟିଏସଏଫ ଯୋଡ଼ା ସହ ଫାଇନାଲ ଖେଳିବ l ଆସନ୍ତାକାଲି ଟୁର୍ନାମେଣ୍ଟର ବିଶ୍ରାମ ଦିବସ l
ଆଜି ଖେଳରେ ପ୍ରଥମlର୍ଦ୍ଧର ତୃତୀୟ ମିନିଟରେ ଜେଏସଡବ୍ଲୁ ପକ୍ଷରୁ ଶଙ୍କର ମୁଣ୍ଡା ଏକ ଦର୍ଶନୀୟ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ l ମାତ୍ର ଏହାର ଠିକ ଦୁଇ ମିନିଟ ପରେ ଆର ଏମ ହାଇସ୍କୁଲର ରଘୁନାଥ ମାଝୀ ଗୋଲଟିକୁ ପରିଶୋଧ କରିବା ସହ ୧୫ତମ ଆଉ ଏକ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ l କିନ୍ତୁ ଜେଏସଡବ୍ଲୁର ପିଣ୍ଟୁ ନାଏକ ୩୯ତମ ମିନିଟରେ ଓ ୪୨ ତମ ମିନିଟରେ କ୍ରମାଗତ ଦୁଇଟି ଗୋଲ ସ୍କୋର କରି ଦଳକୁ ୩-୨ ଗୋଲରେ ଵଜୟୀ କରାଇଥିଲେ l ଅପରାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି ବିଶିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ବିଭୁକଲ୍ୟାଣ ଦାସଙଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ଖେଳରେ ବିଜୟ କୁମାର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ରାଇ ମୋହନ ମୁର୍ମୁ l ଚତୁର୍ଥ ରେଫରୀ ଥିଲେ ଦଶମନ୍ତ ଟୁଡୁ l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
598 views

Comment