logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଶ୍ରୀ ଜୟଦେବଙ୍କ ଜୟନ୍ତୀ ଉତ୍ସବ ଉତ୍ସାହ ଓ ଭକ୍ତିଭାବରେ ପାଳିତ।

କେନ୍ଦୁଝରରେ ଶ୍ରୀ ଜୟଦେବଙ୍କ ଜୟନ୍ତୀ ଉତ୍ସବ ଉତ୍ସାହ ଓ ଭକ୍ତିଭାବରେ ପାଳିତ।

କେନ୍ଦୁଝର,ତା୨୧/୦୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପାର୍କ ଲାଇନ ସ୍ଥିତ ଜିଲ୍ଲା ଅଡିଟୋରିୟମରେ ଶ୍ରୀ ଜୟଦେବଙ୍କ ଜୟନ୍ତୀ ଉତ୍ସବ ଆଜି ସନ୍ଧ୍ୟାରେ ଉତ୍ସାହ ଓ ଭକ୍ତିଭାବର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସାର୍ଥକ ଅଭିନନ୍ଦନ ରାଏ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା କବି ସୁଧା ଦାଶ ଜୟଦେବଙ୍କ ସାହିତ୍ୟ ସୃଷ୍ଟି, ଓଡ଼ିଆ ଅସ୍ମିତା ଓ ନୂତନ ପୀଢ଼ି ମଧ୍ୟରେ ସେଥିର ଜାଗରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଡ଼କ୍ଟର ଅରୁନ୍ଧତୀ ଓଝା ଜୟଦେବଙ୍କ ରଚନା ଓ ସଂସ୍କୃତ ସାହିତ୍ୟରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଭୁବନେଶ୍ଵରୀ ମହନ୍ତ, ସୁଶ୍ରୀ ବିନତୀ ମାଝୀ ଓ ଶ୍ରୀଯୁକ୍ତ ଦେବରାଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶ୍ରୀ ଆଚାର୍ଯ୍ୟ କେନ୍ଦୁଝରରେ ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନା ଓ ଭାଷା-ସାହିତ୍ୟ-ସଂସ୍କୃତିର ଉନ୍ନତି ପାଇଁ ମତ ପ୍ରକାଶ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଓଡ଼ିଆ ଅସ୍ମିତା ଜାଗରଣରେ ଅବଦାନକୁ ପ୍ରଶଂସା କରିଥିଲେ। ମଞ୍ଚ ପରିଚାଳନା ସମୟଶ୍ରୀ ଚାଟର୍ଜୀ କରିଥିବା ବେଳେ, ସମାରୋପ ବକ୍ତବ୍ୟରେ ଅବିନାଶ ଦାସ ଓଡ଼ିଶାର ନାରୀ ଜାଗରଣ, ସଂସ୍କୃତ ଅଧ୍ୟନ ଓ ନୂତନ ପୀଢ଼ିର “ସ୍ୱ” ଜାଗରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁର ନିକେତନ ପକ୍ଷରୁ ଗୀତ ଗୋବିନ୍ଦ ପରିବେଷଣ କରାଯାଇଥିବା ବେଳେ, ଇନ୍ଦ୍ରଧନୁ ଓ ଓମଶାଇ ଗ୍ରୁପ ପକ୍ଷରୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୀତ ଗୋବିନ୍ଦର ଅପୂର୍ବ ପ୍ରଦର୍ଶନ ହୋଇଥିଲା। ବଳଭଦ୍ରପୁର ଓ ନାଉପସୀର ସଂକୀର୍ତ୍ତନ ଦଳ ଦ୍ୱାରା ଭଜନ ପରିବେଷଣ କରାଯାଇ, ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲା ଓ ଉପସ୍ଥିତ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
559 views

Comment