logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଷ୍ଠିତ*

*ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁଷ୍ଠିତ*

*ସରକାରୀ ସହାୟତାରେ ନୂତନ ଜୀବନ ଆରମ୍ଭ କଲେ ୧୭ ନବଦମ୍ପତି*

*ମାଲକାନଗିରି, ୨୧/୪/୨୬:*

ମାଲକାନଗିରି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୋଟ ୧୭ଟି ଯୋଡ଼ି ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଅର୍ଥ ଅଭାବରୁ ବିବାହ କରିପାରୁନଥିବା ଗରିବ ପରିବାର ପାଇଁ ଏକ ବଡ଼ ଆଶା। ଆମେ କେବଳ ସେମାନଙ୍କୁ ସାମାଜିକ ସ୍ୱୀକୃତି ଦେଉନାହୁଁ, ବରଂ ବିବାହ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କ ଭବିଷ୍ୟତର ଆଇନଗତ ସୁରକ୍ଷା ମଧ୍ୟ ନିଶ୍ଚିତ କରୁଛୁ।ସେହିପରି ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମୀ କହିଥିଲେ ଯେ, ସରକାରଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଆଜି ଆମ ଅଞ୍ଚଳର କନ୍ୟାମାନେ ସମ୍ମାନର ସହ ନୂତନ ଜୀବନ ଆରମ୍ଭ କରିପାରୁଛନ୍ତି। ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ ମଧ୍ୟ ନିଜ ବାର୍ତ୍ତାରେ କହିଥିଲେ ଯେ, ଏଭଳି ସାମୂହିକ ବିବାହ ଉତ୍ସବ ସମାଜରେ ଯୌତୁକ ଭଳି କୁପ୍ରଥାକୁ ରୋକିବାରେ ଏକ ବଳିଷ୍ଠ ପଦକ୍ଷେପ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ସିଡିଓ ତଥା ଇଓ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିବାହ ସମୟରେ କନ୍ୟା କୁ ୪୫ ହଜାର ଟଙ୍କା ର ଚେକ୍, ବିବାହ ପଞ୍ଜିକରଣ ସାର୍ଟିଫିକେଟ ଓ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଛି।ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ କଲ୍ୟାଣକାରୀ ଯୋଜନା। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଗରିବ ଶ୍ରେଣୀର ପରିବାରକୁ ସେମାନଙ୍କ ଝିଅମାନଙ୍କ ବିବାହ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା।ଏହି ଯୋଜନା ମାଧ୍ୟମରେ ଦରିଦ୍ର ସୀମାରେଖା ତଳେ ଥିବା ପରିବାରର କନ୍ୟାମାନଙ୍କୁ ବିବାହ ପାଇଁ ଆର୍ଥିକ ସାହାଯ୍ୟ କରାଯାଉଛି। ଏହି ମହତ କାର୍ଯ୍ୟରେ ପରିବର୍ତ୍ତନ ସ୍ୱେଚ୍ଛାସେବୀ ସଂଗଠନ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

12
625 views

Comment