logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

​ବରପାଲି ଶୀତଳଷଷ୍ଠୀ: ଅକ୍ଷୟ ତୃତୀୟାରେ ସମ୍ପନ୍ନ ହେଲା ବାବା କପିଳେଶ୍ୱରଙ୍କ ‘ଥାଳଉଠା’ ନୀତି ​

ବରପାଲି ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ‘ଥାଳଉଠା’ ନୀତି ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବର ମାହୋଲ ସୃଷ୍ଟି ହୋଇଛି।
​ଧର୍ମୀୟ ରୀତିକାନ୍ତି:
ସୋମବାର ସକାଳୁ ବାବା କପିଳେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ ସହ ବିଶ୍ୱଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବିଧି ମୁତାବକ, ସନ୍ଧ୍ୟା ସମୟରେ ବର ପକ୍ଷ ଓ କନ୍ୟା ପକ୍ଷ ତରଫରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ‘ଥାଳଉଠା’ ନୀତି ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି।
​ଯାତ୍ରା କମିଟିର ପ୍ରସ୍ତୁତି:
ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହେଉଥିବା ବେଳେ ସମସ୍ତ ସଦସ୍ୟ ସେବାକାରି ନିଷ୍ଠୁର ସହିତ ପରିଚାଳନା କରିଥିଲେ । ଥାଳଉଠା ନୀତି ସମ୍ପନ୍ନ ହେବା ପରେ ଏବେଠାରୁ ବରପାଲି ସହରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।

ଏହି ନୀତି ସହ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସହରବାସୀ ଭକ୍ତି ଭାବରେ ବିଭୋର ହୋଇଥିଲେ। ଚଳିତ ବର୍ଷ ୧୪୯ତମ ଯାତ୍ରା ହୋଇଥିବାରୁ ଏହାକୁ ଅଧିକ ଜାକଜମକରେ ପାଳନ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
​ବରପାଲି:
ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ‘ଥାଳଉଠା’ ନୀତି ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବର ମାହୋଲ ସୃଷ୍ଟି ହୋଇଛି।
​ଧର୍ମୀୟ ରୀତିକାନ୍ତି:
ସୋମବାର ସକାଳୁ ବାବା କପିଳେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ ସହ ବିଶ୍ୱଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବିଧି ମୁତାବକ, ସନ୍ଧ୍ୟା ସମୟରେ ବର ପକ୍ଷ ଓ କନ୍ୟା ପକ୍ଷ ତରଫରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ‘ଥାଳଉଠା’ ନୀତି ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି।
​ଯାତ୍ରା କମିଟିର ପ୍ରସ୍ତୁତି:
ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହେଉଥିବା ବେଳେ ସମସ୍ତ ସଦସ୍ୟ ସେବାକାରି ନିଷ୍ଠୁର ସହିତ ପରିଚାଳନା କରିଥିଲେ । ଥାଳଉଠା ନୀତି ସମ୍ପନ୍ନ ହେବା ପରେ ଏବେଠାରୁ ବରପାଲି ସହରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି।
​ଏହି ନୀତି ସହ ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସହରବାସୀ ଭକ୍ତି ଭାବରେ ବିଭୋର ହୋଇଥିଲେ। ଚଳିତ ବର୍ଷ ୧୪୯ତମ ଯାତ୍ରା ହୋଇଥିବାରୁ ଏହାକୁ ଅଧିକ ଜାକଜମକରେ ପାଳନ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

4
446 views

Comment