logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏମଭି-୨୩ ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ମାଲକାନଗିରି,(୨୦/୦୪): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୨୩ ଗ୍ରାମରେ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ କାଲିମେଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର ଜଗତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରଟିକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା କୋୟା ସମାଜର ସାଧାରଣ ସମ୍ପାଦକ ଆଡମା ରାବା ଉପସ୍ଥିତ ଥିଲେ। ଅତିଥିମାନେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ବିସ୍ତାର ପାଇଁ ଏପରି କେନ୍ଦ୍ରର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ।
ଗ୍ରାହକ ସେବା କେନ୍ଦ୍ର ଚାଲୁ ହେବାରୁ ଏହି ଅଞ୍ଚଳର ଲୋକମାନେ ଆଉ ଦୂର ଦୂରନ୍ତରେ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ। ଏଠାରେ ନୂଆ ଖାତା ଖୋଲିବା, ନଗଦ ଜମା ଓ ଉଠାଣ, ବିଭିନ୍ନ ପେନସନ ଯୋଜନାର ସୁବିଧା, ଏବଂ ଲୋନ ସମ୍ବନ୍ଧୀୟ ସେବା ସହଜରେ ମିଳିବ।
କେନ୍ଦ୍ର ପରିଚାଳକ ମିରିକଙ୍କ ମଣ୍ଡଳ କହିଛନ୍ତି ଯେ, ଏହି ସେବା କେନ୍ଦ୍ର ଦ୍ୱାରା ଆଖପାଖ ଗ୍ରାମର ଲୋକମାନେ ବ୍ୟାଙ୍କିଂ ସୁବିଧାରୁ ଲାଭାନ୍ୱିତ ହେବେ ଏବଂ ଆର୍ଥିକ ସମାବେଶକୁ ଆରୋ ଶକ୍ତିଶାଳୀ କରିବ।

0
334 views

Comment