logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଅକ୍ଷୟ ତୃତୀୟାରେ କୃଷକ ଦିବସ ପାଳନ, ଚାଷୀଙ୍କୁ ସଶକ୍ତ କରିବାରେ ଜୋର

ମାଲକାନଗିରି(୨୦/୪): ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୃଷି ପରମ୍ପରାକୁ ଅଟୁଟ ରଖିବା ସହ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଶାସ୍ତ୍ରୀୟ ରୀତିନୀତିରେ ଭୂମି ପୂଜନ ଓ ଅକ୍ଷିମୁଠି ଅନୁକୂଳ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ ଓ ତାଙ୍କ ସମୃଦ୍ଧି ହିଁ ଦେଶର ଉନ୍ନତିର ମୂଳ ଆଧାର। ସରକାର ସବୁବେଳେ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି ଏବଂ ସେଗୁଡ଼ିକୁ ଗ୍ରାମସ୍ତରରେ ପହଞ୍ଚାଇବା ପ୍ରାଥମିକତା ହେବା ଉଚିତ।
ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ କୃଷି ରଥର ଶୁଭାରମ୍ଭ କରି କହିଥିଲେ ଯେ, ଆଧୁନିକ କୃଷି ପଦ୍ଧତି ଓ ବୈଜ୍ଞାନିକ ଜ୍ଞାନ ଚାଷୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ। ଏହି କୃଷି ଓ ବିଜ୍ଞାନ ରଥ ମାଧ୍ୟମରେ ଗାଁଗାଁରେ ସଚେତନତା ସୃଷ୍ଟି ହେବ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଦେବୀ ପ୍ରସାଦ ଦାସ ଉପସ୍ଥିତ ଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ସିଏମ୍ କିଷାନ୍ ଯୋଜନାରେ ୪୨ ଲକ୍ଷ ଚାଷୀଙ୍କ ପାଇଁ ୮୩୮ କୋଟି ଟଙ୍କାରୁ ଅଧିକ ସହାୟତା ଘୋଷଣା କରାଯାଇଥିବା ବେଳେ, ମାଲକାନଗିରି ଜିଲ୍ଲାର ୮୨,୩୧୦ ଜଣ ଚାଷୀଙ୍କୁ ସିଧା ବ୍ୟାଙ୍କ ଖାତାକୁ ରାଶି ପ୍ରଦାନ କରାଯାଇଛି। ପରିଶେଷରେ ଅତିଥିମାନେ ଚାଷୀଙ୍କ ସହ ଆଲୋଚନା କରି ସଚେତନତା ବୃଦ୍ଧିରେ ଜୋର

0
57 views

Comment