logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭେଜାପୁଟ ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ,ଦାମନଯୋଡ଼ି, କୋରାପୁଟ

ଦାମନଯୋଡ଼ି,୨୦/୦୪:ଭେଜାପୁଟ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଥିବା ମା'ତାରିଣୀଙ୍କ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପାଳିତ ହୋଇଯାଇଛି।ସକାଳୁ ମା'ଙ୍କ ଦୈନନ୍ଦିନ ନୀତି ସହ ମହା ମାର୍ଜନା,ମହାସ୍ନାନ,ବେଶ,ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ କରାଯାଇଥିଲା।ସକାଳୁ ସ୍ଥାନୀୟ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରଯାଇଥିଲା।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତାକର୍ତ୍ତ୍ରୀ ଦାୟିତ୍ବ ତୁଲାଇଥିଲେ।ସମସ୍ତଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।କମିଟି କର୍ମକର୍ତ୍ତା ସରୋଜ କୁମାର ସ୍ବାଇଁ,ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ ଓ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମାହୁନ୍ତ,ପ୍ରମୋଦ କୁମାର ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ କୁମାର ଜେନାଙ୍କ ସହିତ ସଦସ୍ୟ,ବ୍ୟବସାୟୀ ଓ ଗ୍ରାମବାସୀ କାର୍ଯ୍ୟକ୍ରମକୁ ମିଳିତ ଭାବେ ପରିଚାଳନା କରି ସଫଳ କରିଥିଲେ।

25
1361 views

Comment