logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ କୃଷି ରଥ ଓ ଆମ ବିହନ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ କୃଷି ରଥ ଓ ଆମ ବିହନ ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ

କେନ୍ଦୁଝର,ତା୨୦/୦୪- ଆଜି କେନ୍ଦୁଝରସ୍ଥିତ ଜୁଡ଼ିଆ ଫାର୍ମରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାରୋହରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡିଶା ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଆଖିମୁଠି ଅନୁକୂଳ କରିଥିଲେ l ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ, ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଓ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ l ସଭା ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଶ୍ରୀ ପୃଥୁରାଜ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ପାଳନର ଆଭିମୁଖ୍ୟ ବିଷୟରେ ଉଦବୋଧନ ଦେଇଥିଲେ l ସ୍ୱାଗତ ସମ୍ବର୍ଦ୍ଧନା ପରେ ମାନ୍ୟବର ମନ୍ତ୍ରୀ ଚାଷୀଭାଇଭଉଣୀଙ୍କୁ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ, ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟାଦେଶ ଓ ମହିଳା ଗୋଷ୍ଠୀଙ୍କୁ ମୂଳ ପାଣ୍ଠି ବଣ୍ଟନ କରିଥିଲେ l ଅନ୍ୟ ଅତିଥିଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ ଡି, ଅତିରିକ୍ତ ଜିଲ୍ଲାପାଳ, କେନ୍ଦୁଝର ଶ୍ରୀ ମନ୍ଦରଧର ମହାଳିକ ଯୋଗ ଦେଇଥିଲେ I ସଭାରେ ଉପସ୍ଥିତ ଥିବା କୃଷକ ଭାଇଭଉଣୀ, ସମ୍ପ୍ରସାରଣ କର୍ମୀ, ବୈଜ୍ଞାନିକ, କୃଷି ଓ ଆନୁସଙ୍ଗିକ କୃଷି ବିଭାଗର ଅଧିକାରୀମାନେ, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନକୁ ସିଧାସଳଖ ପ୍ରସାରଣ ମାଧ୍ୟମରେ ଉପଭୋଗ କରିଥିଲେ l ତତ୍ପରେ ମାନ୍ୟବର ମନ୍ତ୍ରୀ ଜିଲାରେ ପରିଭ୍ରମଣର କରି ସଚେତନତା ସୃଷ୍ଟିକରିବା ପାଇଁ ଉଦିଷ୍ଟ କୃଷି ରଥ ପରିକ୍ରମା ଓ ପ୍ରାରମ୍ଭିକ ଯୋଜନା ଭାବେ କାର୍ଯ୍ୟକାରୀ ହେଉଥିବା ଆମ ବିହନ ରଥର ଶୁଭାରମ୍ଭ କରିଥିଲେ l ଆମ ବିହନ ରଥ ଯୋଜନାରେ କେନ୍ଦୁଝର ବ୍ଲକର ରାମଚନ୍ଦ୍ରପୁର ଗ୍ରାମର ଗୌତମ ମହାନ୍ତ ଓ ଭାଲିଆଡ଼ିହି ଗ୍ରାମର ବୀଣା ନାଏକଙ୍କୁ ବିହନ ବସ୍ତା ପ୍ରଦାନ କରି ମନ୍ତ୍ରୀ ବିହନ ବିକ୍ରିର ଶୁଭାରମ୍ଭ କରିଥିଲେ l ଆମ ବିହନ ରଥ ନିମନ୍ତେ ଚୟନ ହୋଇଥିବା ବିହନ ବିକ୍ରେତା ସାହାରପଡା ବ୍ଲକସ୍ଥିତ ଶ୍ରେୟାଂଶି ଏଣ୍ଟେରପ୍ରାଇଜେସର ସତ୍ତ୍ଵାଧିକାରୀ ଦେବ ପ୍ରସାଦ ମହାନ୍ତ ଆମ ବିହନ ରଥ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସର୍ବଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଶ୍ରୀ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ କୃଷକ ଭାଇଭଉଣୀ ଭାଗ ନେଇଥିଲେ l

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
533 views

Comment