logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟି ପକ୍ଷରୁ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ସଂଗ୍ରହ

ଦେବଗଡ ତା ୨୦/୦୪/୨୦୨୬ :- ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଜଗନ୍ନାଥ ରଥ ପରିଚାଳନା କମିଟି ପକ୍ଷରୁ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ସଂଗ୍ରହ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ଗଛଗୁଡ଼ିକୁ ଆଜି ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ପରେ କଟାଯାଇଛି।
ଏହି କାର୍ଯ୍ୟରେ ରାସ୍ତା ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ରଥ ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମଣ କୁମାର ପ୍ରଧାନ, ରାମଚନ୍ଦ୍ର ମହାପାତ୍ର, ସୁଧୀର କପରଦାର, ମାନସ ରଞ୍ଜନ ଦ୍ୱିବେଦୀ ଓ ଟିକେଶ୍ୱର ଗୁରୁ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

8
747 views

Comment