logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜରିପାଲ ଟଣା ହୋଇ ଜି ଏନ ହାଇସ୍କୁଲ ରେ ଛାଲିଛି ଶିକ୍ଷାଦାନ: ତୁରନ୍ତ ଗୃହ ନିର୍ମାଣ ନ ହେଲେ ହେବ ଆନ୍ଦୋଳନ

ଜରିପାଲ ଟଣା ହୋଇ ଜି ଏନ ହାଇସ୍କୁଲ ରେ ଛାଲିଛି ଶିକ୍ଷାଦାନ: ତୁରନ୍ତ ଗୃହ ନିର୍ମାଣ ନ ହେଲେ ହେବ ଆନ୍ଦୋଳନ

ପାଟଣା:୨୦/୦୪,କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ଜି ଏନ ହାଇସ୍କୁଲ ର ଅବସ୍ଥା ର ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ୧୯୪୯ରେ ସ୍ଥାପିତ ୭୭ ବର୍ଷର ଏହି ବିଦ୍ୟାଳୟ ଛାତ ଘର ଟିଏ ଦେଖି ପାରିଲା ନାହିଁ । ସରକାର ପରେ ସରକାର ବଦଳି ଚାଲିଥିଲେ ସୁଦ୍ଧା ଏହି ବିଦ୍ୟାଳୟ ଉର୍ଣ୍ଣତ୍ତି ପ୍ରତି କେହି ଚିନ୍ତା ପ୍ରକଟ କରି ନାହାନ୍ତି । ଏହାର ପରିଣାମ ସ୍ୱରୂପ ଏବେ ଅଂଚଳବାସି ଆନ୍ଦୋଳିତ ହୋଇଛନ୍ତି। ସ୍ବେଛାସେବୀ ତଥା ପୁରାତନ ଛାତ୍ର ବିଜୟ ରତ୍ନ ପତି ଓ ପ୍ରଶାନ୍ତ କୁମାର ଭଞ୍ଜ ଙ୍କ ଆହ୍ୱାନ କ୍ରମେ ଆଜି ଜି ଏନ ଉଚ୍ଚ ବିଦ୍ୟାଳୟ ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ। ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ରେ ଛାତ ଘର ଖଣ୍ଡେ ଦେଖି ପାରି ନ ଥିବାରୁ ବୈଠକରେ ସମସ୍ତେ କ୍ଷୋବ ପ୍ରକାଶ କରିଥିଲେ। ନିକଟରେ ଝଡ଼ ତୋଫାନ ଓ କୁଆ ପଥର ମାଡ଼ ରେ ବିଦ୍ୟାଳୟ ର ଟାଇଲ ଛପର ଓ ଆଜବେଷ୍ଟସ ସବୁ ଭାଙ୍ଗି ଯାଇଛି। ପ୍ରଶାସନ କେବଳ ଜରିପାଲ ଟାଣି ଦେଇ କର୍ତ୍ତବ୍ୟ ଶେଷ କରି ଦେଇଛି । ପ୍ରତେହ କାଳ ବୈଶାଖୀ ଯୋଗୁଁ ଜରି ପାଲ ମଧ୍ୟ ଉଡେଇ ନେଲାଣି । ଜରୁରୀ କାଳୀନ ଭାବେ ଏହାର ମରାମତି କାର୍ଯ୍ୟ କରାଯାଉ ନ ଥିବାରୁ ଆସନ୍ତା କାଲି କିପରି ପିଲାଙ୍କ ପାଠ ପଢା ହେବ ବୋଲି ବୈଠକରେ ଉପସ୍ଥିତ ଥିବା ଖୋଦ ପ୍ରଧାନ ଶିକ୍ଷୟତ୍ରୀ ନିରୂପମା ନାଏକ ଆଶଙ୍କା ପ୍ରକାଶ କରିଥିଲେ। ଏପରି ସ୍ଥିତିରେ ଏହି ଉଚ୍ଚ ବିଦ୍ୟାଳୟ ର ଅବସ୍ଥା ପ୍ରତି ପ୍ରଶାସନ ର ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳ ବାସି ଙ୍କୁ ବ୍ୟଥିତ କରିଛି। ଅଂଚବାସୀଙ୍କ ତୀବ୍ର ଅସନ୍ତୋଷ ଏବେ ଆନ୍ଦୋଳନ ର ଦାନା ବାନ୍ଧିଲାଣି । ବିଦ୍ୟାଳୟ ର ଅବସ୍ଥା ସମ୍ପର୍କରେ ଶିକ୍ଷା ମନ୍ତ୍ରୀ , ଶିକ୍ଷା ବିଭାଗ ସଚିବ , ସ୍ଥାନୀୟ ବିଧାୟକ , ସାଂସଦ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ତୁରନ୍ତ ବିଦ୍ୟାଳୟ ରେ କୋଠା ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆ ନ ଗଲେ ପାଟଣା ବାସି ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ବୈଠକରେ ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ , ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ , ପୂର୍ବତନ ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ , ବିଶ୍ୱନାଥ ନାୟକ , ସ୍ବେଛାସେବୀ ବିବେକାନନ୍ଦ ଦାଶ , ଆଡ଼ଭୋକେଟ ମହେଶ୍ୱର ପୃଷ୍ଟି , ,ଜିଲ୍ଲା ପରିଷଦ ସଦସ୍ୟ ରୁନୁ ମହାନ୍ତ, ସରପଞ୍ଚ ବିନତି ବାନରା , ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ , ଲକ୍ଷ୍ମଣ କୁମାର ଦାଶ , ସନାତନ ଦାଶ , ଅରୁଣ କୁମାର ମିଶ୍ର, ଅଜୟ କୁମାର ଦାଶ , ମହେନ୍ଦ୍ର କୁମାର ମିଶ୍ର , ଯୁଗଳ କିଶୋର ଦାଶ , ଜ୍ଞାନ ରଞ୍ଜନ ମିଶ୍ର ଅଜିତ କୁମାର ଦାଶ, ବୀର କିଶୋର ଦାଶ, କାମିନିକାନ୍ତ ଦିବେଦୀ , ଭୁତ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

36
1446 views

Comment