logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାର ଉଦଯାପନି ଦିବସ ଅନୁଷ୍ଠିତ


ଦେବଗଡ଼, ତା. ୧୯.୦୪.୨୦୨୬ ରିଖ :-ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ (ଦ୍ୱିତୀୟ ସଂସ୍କରଣ) ର ଉଦଯାପନି ଦିବସ ଆଜି ଭବ୍ୟ ଭାବରେ ପାଳିତ ହୋଇଛି।
ଗତ ୧୦.୦୪.୨୦୨୬ ରୁ ୧୯.୦୪.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡି ଖେଳ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦଯାପନି ଅବସରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଓ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ବରୋଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ ପୂର୍ବତନ ବିଧାୟକଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଯୋଗିତାର ଫଳାଫଳ:
ଫୁଟବଲ୍ (ବାଳକ): ମନୋରମା କ୍ଲବ୍ – ଚମ୍ପିଆନ, ରାଧାକୃଷ୍ଣ କ୍ଲବ୍ (ଝରାକଣ୍ଡଳ) – ରନର୍ସ-ଅପ୍
ଫୁଟବଲ୍ (ବାଳିକା): ଝରମୁଣ୍ଡା କ୍ଲବ୍ – ଚମ୍ପିଆନ, ମା ମଙ୍ଗଳା କ୍ଲବ୍ (ତିଲେଇବଣି) – ରନର୍ସ-ଅପ୍
କବାଡି (ବାଳକ ଓ ବାଳିକା): IGSK ଦେବଗଡ଼ – ଉଭୟ ବିଭାଗରେ ଚମ୍ପିଆନ
ଭଲିବଲ୍ (ବାଳକ): ମା ମଙ୍ଗଳା କ୍ଲବ୍ (ତିଲେଇବଣି) – ଚମ୍ପିଆନ
ଭଲିବଲ୍ (ବାଳିକା): ଗଭର୍ଣ୍ଣମେଣ୍ଟ ବାଳିକା ହାଇ ସ୍କୁଲ୍ – ଚମ୍ପିଆନ
ଖୋ-ଖୋ (ବାଳକ ଓ ବାଳିକା): ଗମେର ହାଇ ଷ୍ଟାର୍ (ରେଙ୍ଗାଳବେଡା) – ଉଭୟ ବିଭାଗରେ ଚମ୍ପିଆନ
ଖେଳଗୁଡିକୁ ସଫଳ ଭାବେ ପରିଚାଳନା କରିଥିଲେ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଭୂପେନ ନାୟକ, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ।
ଏହି ଅବସରରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରତିକାନ୍ତ ଶୁକ୍ଳା, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଡେପୁଟି କଲେକ୍ଟର ସୌମ୍ୟା ସୁଚିସ୍ମିତା, ସହକାରୀ ଜିଲ୍ଲାପାଳ ଈଶ୍ୱର ଗୁରୁ, ବିଭିନ୍ନ ଖେଳର ସମ୍ପାଦକମାନେ, କ୍ରୀଡ଼ା ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଫଳ ଭାବେ ସଂଯୋଜନା କରିଥିଲେ।

0
0 views

Comment