କିଶୋର ନାଗର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ପାଳିତ l
ଅନୁଗୋଳ ( କରୁଣାକର ନାୟକ )୧୯/୪
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଧଉରାପାଲି ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଆମ୍ବେଦକର ଫାଉଣ୍ଡେସନ କିଶୋରନଗର ପକ୍ଷରୁ ସମ୍ବିଧାନ ନିର୍ମାତା ବିଶ୍ୱରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇଯାଇଛି l ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ତଫସିଲ ଜାତି/ଉପଜାତି ଉନ୍ନୟନ ପରିଷଦ ଜିଲ୍ଲା ସଭାପତି ତଥା ବର୍ତ୍ତମାନ ର ଅଖିଳ ଭାରତୀୟ ଗୋଣ୍ଡୱାନ ଗୋଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ ମୁଖ୍ୟ ବକ୍ତା ରାଜ୍ୟ ମୂଳନିବାସୀ ପରିଷଦ ର ସଂଗଠକ ସରୋଜ କୁମାର ସେଠୀ, ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନାଲକୋ ST, SC କର୍ମଚାରୀ କଲ୍ୟାଣ ସଙ୍ଗ ର ସଭାପତି କେଦାରନାଥ ଦେହୁରୀ , ଆଠମଲ୍ଲିରେ ୱେବ୍ ମିଡ଼ିଆ ମହାସଂଘ ସଭାପତି ତଥା ଆମ୍ବେଦେକରବାଦୀ କରୁଣାକର ନାୟକ, ଗିରିଶ ଚନ୍ଦ୍ର ନାଏକ ଓ ସାଂବାଦିକ ସଦାନନ୍ଦ ବିଶ୍ୱାଳ ଯୋଗଦେଇ ବିଶ୍ୱର ତ୍ରାଣକର୍ତ୍ତା ଦଳିତ ସମାଜର ମହାନାୟକ ଭାରତ ବର୍ଷର ବୃହତ ସମ୍ବିଧାନ ନିର୍ମାତା ବିଶ୍ବ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପ ଦୀପ ଲଗାଇ ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମ କୁ ଉଦ୍ଘାଟନ କରିଥିଲେ l ଫାଉଣ୍ଡେସନ ର ସଭାପତି ଲିଙ୍ଗରାଜ ପାତ୍ର ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ମଞ୍ଚ ଚାଳନା କରିଥିଲେ l ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ ଜୀବନ ଦର୍ଶନ ଓ ମାନବ ସମାଜ ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଅହରହ ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇ ପ୍ରଚଳିତ ସମ୍ବିଧାନ ନିର୍ମାଣ କାର୍ଯ୍ୟକୁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ପ୍ରଚାର ପ୍ରସାର କରିବାକୁ ନିମନ୍ତ୍ରୀତ ଅତିଥୀ ଗଣ ଭିନ୍ନ ଭିନ୍ନ ଢଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ l କିଶୋର ନଗର ରେ ଆମ୍ବେଦେକର ଫାଉଣ୍ଡେସନ ଗୃହ ନିର୍ମାଣ ନିମଣ୍ଟେ ସପ୍ଟୱାର ଇଞ୍ଜିନିୟର ରାଜୀବ ଲୋଚନ ନାୟକ ଫାଉଣ୍ଡେସନ କୁ ୫୦ ହାଜର ଟଙ୍କା ଦାନ କରିଥିବାରୁ ଅନୁଷ୍ଠାନ ତଥା ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରୀ ନାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି l ଉକ୍ତ ସମାରୋହ ରେ ଦୁଇ ଶହ ରୁ ଉର୍ଦ୍ଧ ଆମ୍ବେଦେକର ପ୍ରେମୀ ଯୋଗଦେଇ ସମରୋହ ରେ ଭାଗନେଇଥିଲେ l