logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବେସରକାରୀ ଫଡ଼ି ରେ ବିକ୍ରୀ ନିଷ୍ପତ୍ତି , ଛତିଶଗଡ଼ ବେପାରୀ ସକ୍ରିୟ ।

ବେସରକାରୀ ଫଡ଼ି ରେ ବିକ୍ରୀ ନିଷ୍ପତ୍ତି , ଛତିଶଗଡ଼ ବେପାରୀ ସକ୍ରିୟ ।
୨୦୨୪- ୨୫ ଆର୍ଥିକ ବର୍ଷରେ ୫୬ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ମିଳିନି ବୋନସ୍ ।

ଟାର୍ଗେଟ ପୂରଣ ନେଇ ଚିନ୍ତାରେ ଜିଲ୍ଲାର କେନ୍ଦୁପତ୍ର ବିଭାଗ ।

ମାଲକାନଗିରି, ତା ୧୯/୦୪ ସରକାରୀ ଫଡିରେ କେନ୍ଦୁପତ୍ର କେରି ବିକ୍ରି କଲେ ବୋନସ ସହ ଛତା ଓ ଜୋତା ମିଳିବାର ପ୍ରାବଧାନ ରହିଛି।
ମାଲକାନଗିରି ଜିଲ୍ଲାରେ ୨୦୨୫ ଡିସେମ୍ବରରେ କେନ୍ଦୁପତ୍ର ତୋଳାଳିଙ୍କ ୪୬୦ ଟଙ୍କା ଲେଖାଏଁ ଏହି ବାବଦରେ ପ୍ରଦାନ କରାଯାଇଛି। ତେବେ ବୋନସ୍ ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ତୋଳାଳି ଛତିଶଗଡ଼ ବେପାରୀଙ୍କୁ କେରି ବିକ୍ରି କରୁଛନ୍ତି । ପଡ଼ିଆ ଓ କାଲିମେଳାରେ ଛତିଶଗଡ଼ ବେପାରୀ ଫଡ଼ି ଖୋଲି ଚଢ଼ା ଦର ଦରରେ କେନ୍ଦୁପତ୍ର କିଣୁଛନ୍ତି। କେରି ପିଛା ୬ ଟଙ୍କାରେ କିଣୁଥିବାରୁ ସରକାରୀ ପଡି ପ୍ରତି ମୁହଁ ମୋଡ଼ିଛନ୍ତି ତୋଳାଳି। ପଞ୍ଚାୟତ ପିଇଓ ଏବଂ ସରପଞ୍ଚ ମାନେ ମନଇଛା ଟଙ୍କା ନେଇ ବ୍ୟକ୍ତିଗତ ବେସରକାରୀ ଫଡି ଖୋଲିବାକୁ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି। ଫଳରେ କେନ୍ଦୁପତ୍ର ସଂଗ୍ରହ ନେଇ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଚିନ୍ତାରେ ପଡ଼ିଛନ୍ତି କେନ୍ଦୁପତ୍ର ବିଭାଗିୟ ଅଧିକାରୀ। ବ୍ୟକ୍ତିଗତ ଫଡିରେ କେରି ବିକ୍ରି କଲେ ତୁରନ୍ତ ଟଙ୍କା ମିଳୁଥିବା ବେଳେ ସରକାରୀ ଫଡିରେ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡୁଛି। କେନ୍ଦୁପତ୍ର ବିଭାଗ ପଞ୍ଚାୟତ ସ୍ତରରେ ଖୋଲା ଯାଉଥିବା ଫଡି ଗୁଡ଼ିକରେ ଚଢ଼ଉ କଲେ ବହୁ ଅନିୟମିତତା
ପଦାକୁ ଆସିବ ଜଣେ ଜଣେ ବ୍ୟକ୍ତିଗତ ଫଡିର ମାଲିକ ବହୁ ପଞ୍ଚାୟତରେ ପ୍ରମାଣପତ୍ର ହାସଲ କରି ବ୍ୟବସାୟ ଜାରି ରଖିଛନ୍ତି ।
ମାଲକାନଗିରି ଜିଲ୍ଲାର ୧୧୧ ପଞ୍ଚାୟତରେ ୫୬ ହଜାର କେନ୍ଦୁପତ୍ର ତୋଳାଳି ରହିଛନ୍ତି କେରି କିଣିବା ଲାଗି ମାଲକାନଗିରି ସମେତ କାଲିମେଳା, ଏମଭି-୭୯, ମାଥିଲି, ବାଲିମେଳା,
କୋତାମେଟାରେ ୬ଟି ରେଞ୍ଜ ରହିଛି। ଚଳିତ ବର୍ଷ ୫ କୋଟିରୁ ଉର୍ଦ୍ଧ୍ବ କେରି କିଣିବା ଲକ୍ଷ୍ୟ ରହିଛି, ଯାହାର ଆନୁମାନିକ ମୂଲ୍ୟ ୮ କୋଟି ଟଙ୍କା । ତେବେ ୨୦୨୫ ବର୍ଷର ବୋନସ୍ ଏଯାବତ୍ ମିଳିନଥିବାରୁ ଚଳିତ ବର୍ଷ ବେସରକାରୀ ଫଡିରେ କେନ୍ଦୁପତ୍ର ବିକ୍ରି କରିବା ପାଇଁ ତୋଳାଳି ନିଷ୍ପତ୍ତ ନେଇଛନ୍ତି । ମାଲକାନଗିରି ଜିଲ୍ଲାରେ ୪୦୦ ସରକାରୀ ଫଡି ରହିଛି। କେରି ପିଛା ସରକାରୀ ଦର ରହିଛି ୩ ଟଙ୍କା ୨୦ ପଇସା | ବେସରକାରୀ ଫଡିରେ କେରି ୪ ଟଙ୍କାରୁ ଆରମ୍ଭ ହୋଇ ୬ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୨୪ରେ କେନ୍ଦୁପତ୍ର ତୋଳାଳି କେରି ପିଛା ୮୦ ପଇସା ବୋନସ୍‌ ପାଇଥିଲେ । ୨୦୨୫ର ବୋନସ୍‌ ମିଳିନ‌ଥିବାରୁ କେରି ପିଛା କେତେ ମିଳିବ ସେ ନେଇ ସନ୍ଦେହରେ ଅଛନ୍ତି ତୋଳାଳି। ଏପରି ସ୍ଥିତିରେ ତୋଳାଳି ଚଳିତ ବର୍ଷ ସରକାରୀ ଫଡି ବଦଳରେ ବ୍ୟକ୍ତିଗତ ବା ଘରୋଇ ଫଡିରେ ଅଧିକ ମାତ୍ରାରେ କେନ୍ଦୁପତ୍ର କେରି ବିକ୍ରି କରିବାକୁ ମନସ୍ଥ କରିଛନ୍ତି। ସରକାରୀ ଅବହେଳାର ସୁଯୋଗ ନେଇ ଜିଲ୍ଲାର ବହୁ ପଞ୍ଚାୟତ ରେ ବ୍ୟକ୍ତିଗତ ବେସରକାରୀ ଫଡି ଖୋଲିବାରେ ଲାଗିଛି । ପଞ୍ଚାୟତରେ ୪୦ ହଜାର ଟଙ୍କା ପୈଠ କରି ପ୍ରମାଣପତ୍ର ହାତେଇବା ପରେ ଫଡି ମାଲିକମାନେ ମନଇଛା ଫଡି ଖୋଲି ଚଢ଼ାଦରରେ କେନ୍ଦୁପତ୍ର କିଣୁଥିବାରୁ ସରକାରୀ ଫଡିକୁ ଯାଉନାହାନ୍ତି ତୋଳାଳି।

0
88 views

Comment