logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଆଇଏସଏଫ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲିମ,ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୧୮/୦୪:ନବରତ୍ନ ଉଦ୍ୟୋଗ ନାଲକୋ,ଦାମନଯୋଡିର ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ)ର ଅଗ୍ନିଶମ ବିଭାଗ ପକ୍ଷରୁ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମକଡ୍ରିଲ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସିଆଇଏସଏଫ ଅଗ୍ନିଶମ ବିଭାଗର ଇନ୍ସପେକ୍ଟର କ୍ରିଷନ କୁମାର,ହେଡ୍ କନେଷ୍ଟବଳ ଜି ଟି ରାଓ,ହେଡ୍ କନେଷ୍ଟବଳ(ଡିସିପିଓ)ଏମ କେ ଗୁର୍ଜର,କନେଷ୍ଟବଳ ଏନ ଆର ପରିଡ଼ା ଓ ଏଏସଏସ ରାଓ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ସହିତ ମକ ଡ୍ରିଲ କରିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା ଶିବ ପ୍ରସାଦ ସାହୁ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

30
1664 views

Comment