logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା : ନବମ ଦିବସ ଅନୁଷ୍ଠିତ

ଦେବଗଡ଼, ତା. ୧୮.୦୪.୨୦୨୬:-
ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ଖେଳ ପ୍ରତିଯୋଗିତା ୨୦୨୬ର ଦ୍ୱିତୀୟ ସଂସ୍କରଣର ନବମ ଦିବସ ଆଜି ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ତା ୧୦.୦୪.୨୦୨୬ରୁ ତା ୧୯.୦୪.୨୦୨୬ ପର୍ଯ୍ୟନ୍ତ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋ-ଖୋ, ଭଲିବଲ୍ ଓ କବାଡ଼ି ଖେଳ ଅନୁଷ୍ଠିତ ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରତିକାନ୍ତ ଶୁକ୍ଳା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ଯୋଗେଶ ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ଦୟାଲ ଓମ୍ ପ୍ରକାଶ ସାହୁ, ବାରକୋଟ ବିଡିଓ ଶ୍ରୀ ସୂର୍ଯ୍ୟକାନ୍ତ ବରିହା ଓ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ପ୍ରଥମେ ବାଳକ ବିଭାଗରେ ଜୟ ମା ଦୁର୍ଗା କ୍ଲବ୍ ଓ ରାଧା କୃଷ୍ଣ କ୍ଲବ୍‌ ମଧ୍ୟରେ ହୋଇଥିବା ଫୁଟବଲ୍ ମ୍ୟାଚ୍ ୦-୦ ଗୋଲରେ ଡ୍ର ହୋଇଥିଲା। ଦ୍ୱିତୀୟତଃ ବାଳିକା ବିଭାଗରେ ରେଙ୍ଗାଳବେଡା ଏଫ୍‌ସି ଓ ବାପୁଜୀ କ୍ଲବ୍‌ ମଧ୍ୟରେ ହୋଇଥିବା ମ୍ୟାଚ୍‌ ମଧ୍ୟ ୦-୦ ଗୋଲରେ ଡ୍ର ହୋଇଥିଲା।
ଖେଳକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଭୂପେନ ନାୟକ, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିଲେ। ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା ଦାୟିତ୍ୱ ନିଭାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ନାୟକ ସଂଯୋଜନା କରିଥିଲେ।

0
68 views

Comment