*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସାପ୍ତାହିକ ବଜାର ନିକଟରେ ପରିତ୍ୟକ୍ତ ଅବସ୍ଥାରେ ସତିସ୍ତୁପ,
*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସାପ୍ତାହିକ ବଜାର ନିକଟରେ ପରିତ୍ୟକ୍ତ ଅବସ୍ଥାରେ ସତିସ୍ତୁପ, ଆବଶ୍ୟକ ରକ୍ଷଣା ବେକ୍ଷଣ ଅଭାବ ସହ ସତିଦାହା ପ୍ରଥାର ମୁକସାକ୍ଷୀ ରୂପେ ଐତିହାସିକ କିମ୍ବଦନ୍ତୀର ଭଗ୍ନାବଶେଷ* ତ:୧୮.୦୪. ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ପ୍ରାଚୀନ ଇତିହାସ ର ମହନୀୟ ସଂସ୍କୃତି, ଐତିହ୍ୟ କୀର୍ତ୍ତିରାଜି ମାଟି ତଳେ ପୋତି ହୋଇ ନିଜ ଉଜ୍ଜୀବିତ ଅପେକ୍ଷାରେ। ଖଡ଼ିଆଳ ସହରରେ ଅନେକ ଗୁଡ଼ାଏ ପ୍ରାଚୀନ କୀର୍ତ୍ତି ଦଣ୍ଡାୟମାନ। ଦଧିବାମନ ମନ୍ଦିର ୧୨ ଶତାବ୍ଦୀ, ଗୁଡେଲ ବନ୍ଧ,ସହ ବୁଦ୍ଧିଆଡଙ୍ଗର ନିକଟରେ ସ୍ୱର୍ଣ୍ଣ ମୁଦ୍ରା ମିଳିବା, ନବନାକ ଗ୍ରାମ, ତ୍ରିବନ୍ଧ ଶିବ ମନ୍ଦିର, ଯୋଗୀମଠ ଭଳି ଐତିହ୍ୟ ରହିଅଛି। ସେଥିମଧ୍ୟରେ ଖଡ଼ିଆଳ ସହର ମଧ୍ୟରେ ଏକ ସତୀସ୍ତୁପ ରହିଅଛି। ଆଜକୁ ୨୫୦ ବର୍ଷରୁ ଉର୍ଦ୍ଧ ହୋଇଥିବା କଂସାରୀ ପରିବାର ମହିଳା ତାଙ୍କ ସ୍ୱାମୀ ମୃତ୍ୟୁ ପରେ ସେହି ଚିତାଗ୍ନି ରେ ଝାସ ଦେଇଥିବା ତାଙ୍କ ପରିବାର ଏବଂ ଗବେଷକ,ଐତିହାସିକ ମାନେ ମତ ଦେଇଛନ୍ତି। ସତୀ ଗୁଡ଼ିର କୌଣସି ଲେଖା ନଥିବା ବେଳେ ଗବେଷଣା ଆବଶ୍ୟକ ରହିଅଛି। ସତୀଦାହ ପ୍ରଥା ଏକ କଳୁଷିତ ଅଧ୍ୟାୟ ୧୮୨୭ ମସିହାରେ ରାଜା ରାମ ମୋହନ ରାୟ ଙ୍କ ଦ୍ଵାରା ବନ୍ଦ ହୋଇଥିବା ବେଳେ ଖଡ଼ିଆଳ ସହରରେ ଏହା ମିଳିବା ଏକ ଦୃଲଭ ଅଟେ। ଏହାର ରକ୍ଷଣାବେକ୍ଷଣ କରିବା ସହ ଐତିହାସିକ କିମ୍ବଦନ୍ତୀର ସୁରକ୍ଷା ଏବଂ ସ୍ମୃତି ଉଦ୍ଧେଶ୍ୟ ରେ ପଦକ୍ଷେପ ନେବା ଆବଶ୍ୟକ ହୋଇଅଛି। ଚିତାଗ୍ନି ରେ ଝାସ ଦେବା ପରେ ତାଙ୍କ ପରିବାରକୁ ଲାଖ ଚୁଡ଼ି ଏବଂ ଶାଢ଼ୀର ଧଡ଼ି ଅଗ୍ନିରେ ବାହାରିଥିଲା ।ଏହିସୣତି ର ପୂନରଉଥାନ ପାଇଁ ଖଡ଼ିଆଳ ରଜନସାଧାରଣ ଜିଲ୍ଲା ପ୍ରସାସନ, ସରକାର, ଓ ସ୍ତାନିୟ ନେତା ମନ୍ତ୍ରୀ ର ସହଯୋଗ ଦରକାର ବେ!ଲି କହିଛନ୍ତି, ଖଡ଼ିଆଳ ରୁ ଚନ୍ଦନ ସାହୁଙ୍କ ରିପୋର୍ଟ